ହାଇଦ୍ରାବାଦ: ବନ୍ଦ ହୋଇଥିବା ପଲିସିକୁ ପୁଣି ଥରେ ଆରମ୍ଭ କରିବ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏଲଆଇସି) । ବର୍ତ୍ତମାନର ସଙ୍କଟ ସମୟରେ ପଲିସିଧାରୀଙ୍କୁ କିଛି ଆଶ୍ବସ୍ତି ଦେବା ପାଇଁ ଦେଶର ସବୁଠୁ ବଡ ବୀମା କମ୍ପାନୀ ଏଲଆଇସି ବନ୍ଦ ଥିବା ବ୍ୟକ୍ତିଗତ ବୀମା ପଲିସିକୁ ପୁନଃ ଆରମ୍ଭ ପାଇଁ 2 ମାସ ସମୟ ଦେଇଛି।
ବୀମା କମ୍ପାନୀ ଅଗଷ୍ଟ10 ରୁ ଅକ୍ଟୋବର 9 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ପୁନରୁଦ୍ଧାର (ରିଭାଇବଲ) ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଅଧୀନରେ LIC ର ବନ୍ଦ ହୋଇଥିବା ବ୍ୟକ୍ତିଗତ ପଲିସି ପୁଣି ଥରେ ଆରମ୍ଭ ହୋଇପାରିବ । ଏଲଆଇସି ଏକ ବିବୃତ୍ତିରେ କହିଛି କି, ସ୍ବତନ୍ତ୍ର ରିଭାଇବଲ ଅଭିଯାନ ଅଧିନରେ କିଛି ଖାସ ଯୋଜନାର ପଲିସି ପୁନଃ ଆରମ୍ଭ କରାଯାଇପାରେ । ତେବେ ଏଥିପାଇଁ ପ୍ରିମିୟମରେ ଡିଫଲ୍ଟ ତାରିଖ ପାଞ୍ଚ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।
ଅନଲାଇନ ବୀମା ଏଗ୍ରିଗେଟର PolicyX.com.ର ପ୍ରତିଷ୍ଠାତା ତଥା ସିଇଓ ନବଲ ଗୋୟଲ (Naval Goel) କହିଛନ୍ତି କି, ‘‘ ପୂର୍ବର ଏଲଆଇସି ପଲିସି ଧାରକମାନେ, ଯେଉଁମାନେ 2014 ଜାନୁଆରୀ 1 ପରେ ସେମାନଙ୍କ ପଲିସି କିଣିଥିଲେ ସେମାନେ ଅନପେଡ ପ୍ରିମିୟମ୍ ଅଣ-ଲିଙ୍କ ପଲିସିକୁ 5 ବର୍ଷ ମଧ୍ୟରେ ଏବଂ ୟୁନିଟ-ଲିଙ୍କ୍ଡ ପଲିସିକୁ 3 ବର୍ଷ ମଧ୍ୟରେ ପୁନଆରମ୍ଭ କରିପାରିବେ । କେରୋନା ସଙ୍କଟ କାରଣରୁ ଲୋକମାନେ ସମୟ ସମୟରେ ପ୍ରିମିୟମ ଦେବାକୁ ବିଫଳ ହେଉଛନ୍ତି । ଏଥିଲାଗି ଏଲଆଇସି ଗ୍ରାହକଙ୍କ ପାଇଁ ଏହାକୁ ସହଜ କରିବା ପାଇଁ ଏହାର ସଂଗ୍ରହରେ ଉନ୍ନତି ଆଣିବାକୁ ଚାହୁଁଛି ।
ଯଦି ଆପଣ ଜଣେ ପଲିସିଧାରୀ ଅଟନ୍ତି, ତେବେ ଏକ ବନ୍ଦ ବ୍ୟକ୍ତିଗତ ବୀମା ପଲିସିକୁ ପୁନର୍ଜୀବିତ କରିବାର ପ୍ରକ୍ରିୟା ଉପରେ ଦୃଷ୍ଟି ଦିଅନ୍ତୁ, ବିଶେଷ କରି ବର୍ତ୍ତମାନର ଯୋଜନା ଅଧୀନରେ ....
ଜୀବନ ବୀମା ପଲିସି କେବେ ଲ୍ୟାପ୍ସ ବୋଲି ଧରାଯାଏ ?
ଯଦି ପଲିସିଧାରକ ଧାର୍ଯ୍ୟ ତାରିଖ କିମ୍ବା ଅନୁମତିପ୍ରାପ୍ତ ରିହାତି ଅବଧି ମଧ୍ୟରେ ନିର୍ଦ୍ଦିଷ୍ଟ ପ୍ରିମିୟମ ଦେବାରେ ବିଫଳ ହୁଏ, ତେବେ ପଲିସି ଲାପ୍ସ ଭାବେ ଧରାଯାଏ ଏବଂ ବୀମା କଭର ଭଲିଡିଟି ଶେଷ ହୋଇଯାଏ ।
ଏଲଆଇସି ପଲିସି ପାଇଁ ଏକ ଅନୁଗ୍ରହ ଅବଧି (ଗ୍ରେସ ପିରିୟଡ) କ’ଣ?
ଯଦି ଧାର୍ଯ୍ୟ ତାରିଖ ସୁଦ୍ଧା ପଲିସି ପ୍ରିମିୟମ ପ୍ରଦାନ କରାଯାଏ ନାହିଁ, ତେବେ କିଛି ବିଳମ୍ବ ଶୁଳ୍କ ସହିତ ପେମେଣ୍ଟ ଅନୁମତି ଦେବାକୁ ଏକ ନିର୍ଦ୍ଦିଷ୍ଟ ଅନୁଗ୍ରହ ଅବଧି ଦିଆଯାଏ । କିନ୍ତୁ ଯଦି ପଲିସିଧାରୀ ଅନୁଗ୍ରହ ଅବଧି ସମୟରେ ମଧ୍ୟ ପ୍ରିମିୟମ ଦିଅନ୍ତି ନାହିଁ ତେବେ ପଲିସି ଲ୍ୟାପ୍ସ ବା ବନ୍ଦ ହୋଇଯାଏ ।
LIC ନୀତି ପାଇଁ ଅନୁଗ୍ରହ ଅବଧି 15 ଦିନ ରହିଛି । ଯେଉଁଠାରେ ପ୍ରିମିୟମ ପେମେଣ୍ଟ ମୋଡ ମାସିକ ଅଟେ ।
ଏଲଆଇସିର ସ୍ବତନ୍ତ ପୁନରୁଦ୍ଧାର ଯୋଜନା ପାଇଁ କେଉଁ ପଲିସି ଯୋଗ୍ୟ ?