ନ୍ୟୁୟର୍କ: ପଦବୀରୁ ଇସ୍ତଫା ଦେଲେ ୱାଲମାର୍ଟର ଇ-କମର୍ସ ପ୍ରମୁଖ ମାର୍କ ଲୋରେ ( Marc Lore) । ଲୋରେ ଏଭଳି ସମୟରେ ଇସ୍ତଫା ଦେଇଛନ୍ତି, ଯେଉଁ ସମୟରେ କମ୍ପାନୀ ଇ-କମର୍ସ କାରବାରରେ ଆମଜାନ ସହ କଡା ମୁକାବିଲାର ସାମ୍ନା କରୁଛି ।
ୱାଲମାର୍ଟ ଇ-କମର୍ସ ମୁଖ୍ୟଙ୍କ ଇସ୍ତଫା - Marc Lore
ଇସ୍ତଫା ଦେଲେ ୱାଲମାର୍ଟର ଇ-କମର୍ସ ମୁଖ୍ୟ ମାର୍କ ଲୋରେ । ଲୋରେ ନିଜର 5 ବର୍ଷର କାର୍ଯ୍ୟକାଳରେ ୱାଲମାର୍ଟରେ ନିଜର ୱେବସାଇଟକୁ ପୁଣି ଡିଜାଇନ କରିଛନ୍ତି । ଅଧିକ ପଢନ୍ତୁ..

ୱାଲମାର୍ଟର ଇ-କମର୍ସ ପ୍ରମୁଖ ଦେଲେ ଇସ୍ତଫା
ଲୋରେ ନିଜର 5 ବର୍ଷର କାର୍ଯ୍ୟକାଳରେ ୱାଲମାର୍ଟରେ ନିଜର ୱେବସାଇଟକୁ ପୁଣି ଡିଜାଇନ କରିଛନ୍ତି । ଅନଲାଇନ ବିକ୍ରି ପାଇଁ ଉପଲବ୍ଧ ଉତ୍ପାଦର ସଂଖ୍ୟାକୁ ଏକ କୋଟିରୁ 8 କୋଟି ପର୍ଯ୍ୟନ୍ତ ବଢାଇଛନ୍ତି । ଆଉ ନିଜର ଯୋଗାଣ ନେଟୱାର୍କକୁ ସର୍ବନିମ୍ନ ସମୟରେ ଯେପରି ଗ୍ରାହକଙ୍କ ଘରେ ସାମଗ୍ରୀ ପହଞ୍ଚାଯାଇପାରିବ, ସେଥିପାଇଁ ସକ୍ଷମ କରାଇଲେ ।
ଲୋରେ 2016 ସେପ୍ଟେମ୍ବରରେ ୱାଲମାର୍ଟର ଇ-କମର୍ସ ବିଭାଗର ସିଇଓ ହୋଇଥିଲେ । ଏହି ସମୟରେ ୱାଲମାର୍ଟ ତାଙ୍କ ଦ୍ବାରା ସ୍ଥାପିତ ଇ-କମର୍ସ କମ୍ପାନୀ ଜେଟ ଡଟ କମକୁ 3 ଅରବ ଡଲାରରେ କିଣିଥିଲା ।