ନୂଆଦିଲ୍ଲୀ: ଗତ କିଛି ଦିନ ଧରି ବିବାଦ ଘେରରେ ଟିକଟକ । ଏଥି ଯୋଗୁଁ ଏହା ଲଗାତାର ଭାବେ ହେଡଲାଇନରେ ରହିଆସିଛି । ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇଛି, ଯେଉଁଥିରେ ଆମେରିକାର ଦିଗ୍ଗଜୟ ରିଟେଲ କମ୍ପାନୀ ୱାଲମାର୍ଟ ଟିକଟକ ବ୍ୟବସାୟ କିଣିବା ପାଇଁ ମାଇକ୍ରୋସଫ୍ଟ ସହ ହାତ ମିଳାଇ ଏକ ସଂଯୁକ୍ତ ବିଡ କରିଛି।
ଏହି ରେସରେ ଓରେକଲ କର୍ପୋରେସନ ପୂର୍ବରୁ ସାମିଲ ଥିଲା ଏବଂ ବର୍ତ୍ତମାନ ୱାଲମାର୍ଟ ମଧ୍ୟ ଏହି ଦୌଡର ଏକ ଅଂଶ ହୋଇଛି ।
ଏବେ ପ୍ରଶ୍ନ ତେଜିଛି କି ଆମେରିକାରେ ଏବେ ଯେଉଁଭଳି ରାଜନୈତିକ ପରିବେଶ ରହିଛି , ସେଠାରେ କେଉଁଭଳି ଡିଲ ଭଲ ପ୍ରମାଣିତ ହୋଇପାରିବ ? ଏହା ଦେଖିବା ବାକି ରହିଛି ।
ରିପୋର୍ଟ ମୁତାବକ, ଟିକଟକ ମୂଳ କମ୍ପାନୀ ବାଇଟଡ୍ୟାନ୍ସ ଆମେରିକା ସହିତ କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡରେ ଏହାର ବିଜନେସ ବିକ୍ରି କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଧାରିତ କରିଥିବା 90 ଦିନର ସମୟସୀମା ମଧ୍ୟରେ ଏକ ଚୁକ୍ତି ବହୁତ ନିକଟତର । ଯାହାକୁ 20 ଅରବ ଡଲାରରୁ 30 ଅରବ ଡଲାର ମଧ୍ୟରେ ସ୍ଥିର କରାଯିବ ।