ଓଡିଶା

odisha

By

Published : Sep 7, 2020, 2:31 PM IST

ETV Bharat / business

ଏଣିକି "Vi" ନାଁରେ ଜଣାଯିବ ଭୋଡାଫୋନ ଆଇଡିଆ

ନୂଆ ଅବତାରରେ ଭୋଡାଫୋନ ଆଇଡିଆ । ଏବେ କମ୍ପାନୀ "Vi" ନାଁରେ ଜଣାଯିବ । ଏ ନେଇ କମ୍ପାନୀ ଆଜି ରିବ୍ରାଣ୍ଡିଙ୍ଗ କରିଛି । ଅଧିକ ପଢନ୍ତୁ..

ଏଣିକି "Vi" ନାଁରେ ଜଣାଯିବ ଭୋଡାଫୋନ ଆଇଡିଆ
ଏଣିକି "Vi" ନାଁରେ ଜଣାଯିବ ଭୋଡାଫୋନ ଆଇଡିଆ

ହାଇଦ୍ରବାଦ: ସୋମବାର ଭୋଡାଫୋନ ଆଇଡିଆ ରିବ୍ରାଣ୍ଡିଙ୍ଗ କରି ଏକ ନୂଆ ବ୍ରାଣ୍ଡ ଲଞ୍ଚ କରିଛି । ଏହାକୁ "Vi" ନାଁରେ ଜଣାଯିବ । ଏଥିରେ V ଭୋଡାଫୋନ ଓ i ଆଇଡିଆ ପାଇଁ ରହିଛି । 2018 ଅଗଷ୍ଟରେ ଭୋଡାଫୋନ ଓ ଆଇଡିଆର ବିଲୟ ହୋଇଥିଲା । ଏହାର ଆଜି ଏକ ନୂଆ ବ୍ରାଣ୍ଡିଙ୍ଗ ଲଞ୍ଚ କରି କମ୍ପାନୀ କହିଛି କି, ଏହି 2 ବ୍ରାଣ୍ଡର ବିଲୟ ଏବେ ସୁଦ୍ଧା ଦୁନିଆର ସବୁଠୁ ବଡ ଟେଲିକମ ଇଣ୍ଟ୍ରିଗ୍ରେସନ ଅଟେ ।

ଏହି ଘୋଷଣା ପୂର୍ବରୁ ସୋମବାର କାରବାରରେ ଭୋଡାଫୋନ ଆଇଡିଆର ସେୟାରରେ 10 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଯଦିଓ ଘୋଷଣା ପରେ ଏହାର ସେୟାର 3.72 ପ୍ରତିଶତ ଉପରେ 12.50 ଟଙ୍କାରେ ଟ୍ରେଡ କରୁଛି ।

କିଛି ଦିନ ତଳେ ସୁପ୍ରିମକୋର୍ଟ ଏଜିଏର ବକେୟା ପରିଶୋଧ ପାଇଁ 10 ବର୍ଷ ସମୟକୁ ମଞ୍ଜୁରୀ ଦେଇଛନ୍ତି । ଏହା ପରେ ଭୋଡାଫୋନ ଆଇଡିଆ ଭାରତୀୟ ବଜାରରେ ତିଷ୍ଠି ରହିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

ଦେଶର ସବୁଠୁ ପ୍ରତିଯୋଗୀତାମୂଳକ ଟେଲିକମ ବଜାରରେ ଭୋଡାଫୋନ ଆଇଡିଆ ହେଉଛି ତୃତୀୟ ବୃହତ୍ତମ ଅପରେଟର । 2016 ରେ ଜିଓ ଏହି ବଜାରରେ ପ୍ରବେଶ କରିଥିଲା । ଏହା ଗ୍ରାହକଙ୍କୁ ମାଣଲା କଲ ଏବଂ ଶସ୍ତା ଡାଟା ପ୍ରଦାନ କରୁଛି । ଜିଓର ପ୍ରବେଶ ପରେ ଅନେକ ଟେଲିକମ କମ୍ପାନୀଗୁଡିକ ବ୍ୟବସାୟରୁ ବାଦ ପଡିଥିଲାବେଳେ କିଛି ବିଲୟ ହୋଇଛି ।

ପ୍ରକାଶ ଯେ, ଭୋଡାଫୋନ ଆଇଡିଆ ଉପରେ ଏଜିଆରର ମୋଟ ବକେୟା 58,000 କୋଟି ଟଙ୍କାରୁ ଅଧିକ ରହିଛି । କମ୍ପାନୀ ଏଥିରୁ 7,854 କୋଟି ଟଙ୍କା ଦୂରସଞ୍ଚାର ବିଭାଗକୁ ଦେଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details