ଓଡିଶା

odisha

ETV Bharat / business

ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା, ଦେବାଳିଆ ଯାଚିକା ହେଲା ଖାରଜ - bankruptcy Vijay Mallya

ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପୁଣି ଲାଗିଲା ବଡ ଝଟକା । ଦେବାଳିଆ ଯାଚିକା ମାମଲାରେ ବ୍ରିଟେନ ହାଇକୋର୍ଟରୁ ମାଲ୍ୟାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ଅଧିକ ପଢନ୍ତୁ..

ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା, ଦେବାଳିଆ ଯାଚିକା ହେଲା ଖାରଜ
ବିଜୟ ମାଲ୍ୟାଙ୍କୁ ଶକ୍ତ ଝଟକା, ଦେବାଳିଆ ଯାଚିକା ହେଲା ଖାରଜ

By

Published : May 18, 2021, 10:46 PM IST

ନୂଆଦିଲ୍ଲୀ: କୋଟି କୋଟି ଟଙ୍କା ବ୍ୟାଙ୍କ ଘୋଟାଲା ମାମଲାରେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ପୁଣି ଲାଗିଲା ବଡ ଝଟକା । ଦେବାଳିଆ ଯାଚିକା ମାମଲାରେ ବ୍ରିଟେନ ହାଇକୋର୍ଟରୁ ମାଲ୍ୟାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହା ଫଳରେ ମାଲ୍ୟାଙ୍କ ଠାରୁ ଟଙ୍କା ଆଦାୟ କରିବା ଦିଗରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ।

ଏହାପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏପ୍ରିଲରେ ଲଣ୍ଡନ ହାଇକୋର୍ଟରେ ଶୁଣାଣୀ ସମୟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରାଇବାକୁ ପ୍ରୟାସ କରିଥଲା । ବିଜୟ ମାଲ୍ୟାଙ୍କ ଉପରେ ବନ୍ଦ ହୋଇଯାଇଥିବା କିଙ୍ଗ୍‌ଫିସର ଏୟାରଲାଇନ୍ସ ପାଇଁ କରାଯାଇଥିବା କୋଟି କୋଟି ଟଙ୍କାର ଋଣ ବାକି ରହିଛି ।

ବିଜୟ ମାଲ୍ୟାଙ୍କ କହିବାନୁଯାୟୀ, ତାଙ୍କ ଉପରେ ବକେୟା ଋଣ ହେଉଛି ଜନସାଧାରଣଙ୍କ ଟଙ୍କା। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଦେବାଳିଆ ଘୋଷଣା କରିପାରିବ ନାହିଁ। ଏଥିସହ ମାଲ୍ୟା ମଧ୍ୟ ଦାବି କରିଛନ୍ତି ଯେ ଭାରତୀୟ ବ୍ୟାଙ୍କ ପକ୍ଷରୁ ଦାଖଲ ହୋଇଥିବା ଦେବାଳିଆ ଆବେଦନ ଆଇନର ପରିସର ବାହାରେ। କାରଣ ଭାରତରେ ତାଙ୍କର ସମ୍ପତ୍ତିର ସିକ୍ୟୁରିଟିରେ ଲଗାଯାଇପାରିବ ନାହିଁ । ଏହା ଜନସ୍ବାର୍ଥ ବିରୋଧୀ ବୋଲି କହିଛନ୍ତି ମାଲ୍ୟା ।

ଦେବାଳିଆ ଏବଂ କମ୍ପାନୀ ଅଦାଲତ (ଆଇସିସି) ରେ ବିଚାରପତି ମାଇକେଲ୍ ବ୍ରିଗ୍ସଙ୍କ ସମ୍ମୁଖରେ ଏକ ଭର୍ଚୁଆଲ୍ ଶୁଣାଣିରେ ଗତ ବର୍ଷ ଦାଖଲ ହୋଇଥିବା ଦେବାଳିଆ ଆବେଦନକୁ ସଂଶୋଧନ କରିବା ପରେ, ଏହି ମାମଲାରେ ନିଜର ଶେଷ ଦଲିଲ ରଖିଛନ୍ତି ଆବେଦନକାରୀ ବ୍ୟାଙ୍କ ସମୂହ । ଏସବିଆଇ ବ୍ୟତୀତ ବ୍ୟାଙ୍କଗୁଡିକର ଏହି ସମୁହରେ ବ୍ୟାଙ୍କ ଅଫ୍ ବରୋଦା, କର୍ପୋରେସନ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଲିମିଟେଡ, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ଜାମ୍ମୁ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅନ୍ତର୍ଭୁକ୍ତ। ବିଚାରପତି କହିଛନ୍ତି ଯେ ସେ ବର୍ତ୍ତମାନ ସବିଶେଷ ତଥ୍ୟ ଉପରେ ବିଚାର କରିବେ ଏବଂ ଆସନ୍ତା ସପ୍ତାହରେ ଉପଯୁକ୍ତ ସମୟରେ ନିଷ୍ପତ୍ତି ନେବେ।

ABOUT THE AUTHOR

...view details