ଓଡିଶା

odisha

ETV Bharat / business

କର୍ମଚାରୀ ଓ ପରିବାରର ଟୀକାକରଣ କରିବେ ଏସବୁ କମ୍ପାନୀ - ଟିଭିଏସ

କୋରୋନା ସଙ୍କଟ କାଳରେ ସହଯୋଗ କରିଥିବା କର୍ମଚାରୀଙ୍କ ସୁରକ୍ଷା ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ଆଗେଇ ଆସିଛନ୍ତି ଏସବୁ ବଡ ବଡ କମ୍ପାନୀ । ଅଧିକ ପଢନ୍ତୁୁ..

କର୍ମଚାରୀ ଓ  ପରିବାର ଟୀକାକରଣ କରିବେ ଏସବୁ କମ୍ପାନୀ
କର୍ମଚାରୀ ଓ ପରିବାର ଟୀକାକରଣ କରିବେ ଏସବୁ କମ୍ପାନୀ

By

Published : Mar 6, 2021, 7:10 PM IST

ନୂଆଦିଲ୍ଲୀ: କୋରୋନା କାଳରେ ବହୁ କମ୍ପାନୀ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ତେବେ କୋରୋନା କଟକଣା କୋହଳ ସହ ପୁଣି ଥରେ କାମ ଆରମ୍ଭ ହେଉଛି । ଏହି ପରିପେକ୍ଷୀରେ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ ମୋଟର୍ସ କର୍ମଚାରୀ ଓ ସେମାନଙ୍କ ପରିବାର ସୁରକ୍ଷା ପାଇଁ ଆଗେଇ ଆସିଛି । ସମସ୍ତଙ୍କୁ ମାଗଣାରେ କୋଭିଡ-19 ଟୀକାକରଣ କରାଇବାକୁ ନିଷ୍ପତ୍ତି ନେଇଛି ।

କମ୍ପାନୀ କହିଛି କି ଏହି ଭ୍ୟାକ୍ସିନ ଅଭିଯାନ ଜାରି ହୋଇଥିବା ସରକାରୀ ଗାଇଡଲାଇନ୍ସ ଅନୁସାରେ ରହିଛି । ସମଗ୍ର ଦେଶରେ କମ୍ପାନୀର 35 ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମଚାରୀଙ୍କୁ ଏହା କଭର କରିବ । ପ୍ରଥମ ଚରଣରେ ଭ୍ୟାକ୍ସିନ 60 ଓ ରୋଗାଗ୍ରସ୍ତ 45 ବର୍ଷ ଲୋକଙ୍କୁ ଦିଆଯିବ ।

କମ୍ପାନୀ କହିଛି କି, ‘‘ ଏହି ଭ୍ୟାକ୍ସିନ ଅଭିଯାନ ସହ ଆମେ ଆମର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାରର ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ପ୍ରୟାସ ଜାରି ରଖିଛୁ ।

ଟିଭିଏସ ମୋଟର୍ସ ପୂର୍ବରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମଧ୍ୟ ନିଜ କର୍ମଚାରୀ ଓ ସେମାନଙ୍କ ପରିବାରର ଟୀକାକରଣର ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ଘୋଷଣା କରିଛି । ସେହିଭଳି ଏଫଏମସିଜି କମ୍ପାନୀ ଆମୱେ , ଟେକ୍ସଟାଇଲ ପ୍ଲେୟର Triden ମଧ୍ୟ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଟିକା ଯୋଗାଇବାକୁ କହିଛି ।

ABOUT THE AUTHOR

...view details