ଓଡିଶା

odisha

By

Published : May 10, 2021, 6:10 PM IST

ETV Bharat / business

8 ବର୍ଷର ସର୍ବନିମ୍ନ, 2020-21 ରେ 30 % କମିଛି ଗାଡି ପଞ୍ଜିକରଣ

8 ବର୍ଷରେ ସର୍ବନିମ୍ନ ଅଟୋ ରେଡିଷ୍ଟ୍ରେସନ । ଭାରତରେ ଗାଡିର ମୋଟ ପଞ୍ଜିକରଣ 2020-21 ରେ 29.85 ପ୍ରତିଶତ ହ୍ରାସ ହୋଇ 1,52,71,519 ୟୁନିଟ ରହିଛି । ଅଧିକ ପଢନ୍ତୁ..

8 ବର୍ଷର ସର୍ବନିମ୍ନ, 2020-21 ରେ 30 %  କମିଛି ଗାଡି ପଞ୍ଜିକରଣ
8 ବର୍ଷର ସର୍ବନିମ୍ନ, 2020-21 ରେ 30 % କମିଛି ଗାଡି ପଞ୍ଜିକରଣ

ନୂଆଦିଲ୍ଲୀ: ଭାରତରେ ଗାଡିର ମୋଟ ପଞ୍ଜିକରଣ 2020-21 ରେ 29.85 ପ୍ରତିଶତ ହ୍ରାସ ହୋଇ 1,52,71,519 ୟୁନିଟ ରହିଛି । ଯାହାକି ଗତ 8 ବର୍ଷରେ ସର୍ବନିମ୍ନ । ଫେଡରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ସୋମବାର ଏ ନେଇ କହିଛି ।

ଆର୍ଥିକ ବର୍ଷ 2019-20 ରେ ମୋଟ 2,17,68,502 ଗାଡି ପଞ୍ଜିକରଣ ହୋଇଥିଲା । ଫାଡା ଏକ ବିବୃତ୍ତିରେ କହିଛି କି, 2020-21 ଅବଧିରେ ଟ୍ରାକ୍ଟରକୁ ବାଦ ଦେଇ ସମସ୍ତ ଶ୍ରେଣୀର ଗାଡି ପଞ୍ଜିକରଣ ହ୍ରାସ ହୋଇଛି । ଏହି ସମୟରେ ଦୁଇଚକିଆ ଯାନର ପଞ୍ଜିକରଣ 31.51 ପ୍ରତିଶତ, ତିନିଚକିଆ ଯାନ ପଞ୍ଜିକରଣ 64.12, ବାଣିଜ୍ୟିକ ଯାନ 49.05 ପ୍ରତିଶତ ଓ ଯାତ୍ରୀବାହୀ ଯାନ ପଞ୍ଜିକରଣ 13.96 ପ୍ରତିଶତ ହ୍ରାସ ହୋଇଛି । ଏହି ସଂଖ୍ୟା 8 ବର୍ଷରେ ସବୁଠୁ କମ ।

ସମୀକ୍ଷାଧୀନ ଅବଧିରେ ଯାତ୍ରୀବାହୀ ଯାନର ପଞ୍ଜିକରଣ 23,86,316 ୟୁନିଟ ରହିଛି । ଯାହାକି ଗତ ଆର୍ଥିକ ବର୍ଷରେ 27,73,514 ୟୁନିଟ ଥିଲା । ତେବେ ଟ୍ରାକ୍ଟର ପଞ୍ଜିକରଣ ଗତ ବର୍ଷରେ 16.11 ପ୍ରତିଶତ ବଢି 6,44,779 ୟୁନିଟ ହୋଇଛି । ଯାହାକି ଏହା ପୂର୍ବ ଅର୍ଥାତ 2019-20 ରେ 5,55,315 ଥିଲା ।

ଫାଡା କହିଛି କି 2020 ଏପ୍ରିଲରେ ଲକଡାଉନ ଥିଲା । ଆଉ ଏହି ଅବଧିରେ ଗୋଟିଏ ବି ଯାନ ବିକ୍ରି ହୋଇନାହିଁ । ଏଣୁ ଗତ ବର୍ଷ ତୁଳନାରେ ଏହି ସଂଖ୍ୟାର ତୁଳନା କରାଯିବା ଉଚିତ ନୁହେଁ ।

ABOUT THE AUTHOR

...view details