ଓଡିଶା

odisha

ETV Bharat / business

ସାଇବର ଆଟାକ ଚେତାବନୀ ପରେ ସୁରକ୍ଷା ବ୍ୟବସ୍ଥା ବଢାଇଲେ ଟେଲିକମ କମ୍ପାନୀ - govt warning of phishing attacks using COVID-19 as bait

କୋଭିଡ-୧୯ ବାହାନାରେ ଲୋକଙ୍କ ବ୍ୟକ୍ତିଗତ ଓ ଆର୍ଥିକ ତଥ୍ୟ ଚୋରି କରିପାରନ୍ତି ସାଇବର ଅପରାଧୀ । ଏନେଇ ସରକାର ଚେତାବନୀ ଦେବା ପରେ ସତର୍କତା ବଢାଇଛନ୍ତି ଦୂରସଞ୍ଚାର କମ୍ପାନୀ । ଅଧିକ ପଢନ୍ତୁ..

Telcos
Telcos

By

Published : Jun 24, 2020, 2:22 PM IST

ନୂଆଦିଲ୍ଲୀ, ଲକଡାଉନ ପରଠୁ ସାଇବର କ୍ରାଇମରେ ବୃଦ୍ଧି ଦେଖାଦେଇଛି । ଆଗାମୀ ଦିନରେ ମଧ୍ୟ ସାଇବର ଅପରାଧୀ କୋଭିଡ-19ର ବାହାନାରେ ବହୁ ପରିମାଣରେ ଲୋକ ଓ କାରବାରୀଙ୍କୁ ଟାର୍ଗେଟ କରିପାରେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ ଦୂରସଞ୍ଚାର କମ୍ପାନୀଗୁଡିକ ନେଟୱର୍କ ଓ ସିଷ୍ଟମ ନେଇ ଅଧିକ ଆଲର୍ଟ ହୋଇଛନ୍ତି ।

ଏୟାରଟେଲ ଏକ ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, ଲଗାତାର ମନିଟରିଂ ଚାଲିଛି ଏବଂ ଆଗାମୀ 5ରୁ7 ଦିନ ପାଇଁ ସୁରକ୍ଷା ଅପରେସନ ସେଣ୍ଟରକୁ ବିପଦପୂର୍ଣ୍ଣ ପରିସ୍ଥିତି ପାଇଁ ପ୍ରସ୍ତୁତ କରାଯାଇଛି ।

କୋଭିଡ-19 ମହାମାରୀ ଯୋଗୁଁ ବହୁ ସଂଖ୍ୟକ କର୍ମଚାରୀ ଘରୁ କାମ କରୁଛନ୍ତି । ଏଥିଯୋଗୁଁ ବିପଦ ବଢିଯାଇଛି । ବିଶେଷ କରି ଫିସିଂ ଆକ୍ରମଣ ନେଇ ଅଧିକ ବିପଦ ରହିଛି । ତେବେ ଏହି ଆକ୍ରମଣରୁ ବଞ୍ଚିବା ପାଇଁ ଏୟାରଟେଲ ନିଜ ଗ୍ରାବହକଙ୍କୁ ସମସ୍ତ ଜରୁରୀ ସୁରକ୍ଷା ଉପାୟ ଅବଲମ୍ବନ ପାଇଁ କହିଛି ।

କମ୍ପାନୀ କହିଛି କି ‘‘ଏହି ଆକ୍ରମଣଗୁଡିକ କେବଳ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟୀକ କାର୍ଯ୍ୟକଳାପକୁ ବାଧା ଦେବାରେ ବିପଦ ସୃଷ୍ଟି କରିବ ନାହିଁ, ବରଂ ଆପଣଙ୍କ ବ୍ରାଣ୍ଡର ପ୍ରତିଷ୍ଠା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହି ବିପଦକୁ ଏଡାଇବା ପାଇଁ ସଂଗଠନଗୁଡିକ ନିଜ ସାଇବର ଭିତ୍ତିଭୂମିକୁ ମଜବୁତ କରିବା ଆବଶ୍ୟକ । "

ବିଭିନ୍ନ ରିପୋର୍ଟକୁ ଦର୍ଶାଇ ଏୟାରଟେଲ ଚେତାବନୀ ଦେଇଛି ଯେ, ଇ-ମେଲ, ଫିସିଂ ଆକ୍ରମଣ, ସନ୍ଦେହଜନକ ୱେବପୃଷ୍ଠା, ଇଣ୍ଟରନେଟ ଲିଙ୍କ, ନେଟୱର୍କ ସହ ଜଡିତ ଅପଡେଟ ସିଷ୍ଟମ ଏବଂ ଆଇଡି ଚୋରି ମାଧ୍ୟମରେ ସାଇବର ଆକ୍ରମଣ ଆରମ୍ଭ ହୋଇପାରେ।

ABOUT THE AUTHOR

...view details