ନୂଆଦିଲ୍ଲୀ: ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ସମେତ ଅନ୍ୟାନ ଟେଲିମକ କମ୍ପାନୀର ବଢିଲା ଚିନ୍ତା । ଟେଲିକମ କମ୍ପାନୀ ଉପରେ ଡଟ (ଦୂରସଞ୍ଚାର ବିଭାଗ)ର ବାକି ଥିବା ସନ୍ତୁଳିତ ମୋଟ ରାଜସ୍ବ (ଏଜିଆର) ବକେୟାର 10 ପ୍ରତିଶତ 2021 ମାର୍ଚ୍ଚ ସୁଦ୍ଧା ପେମେଣ୍ଟ କରିବାକୁ ହେବ । ସରକାରୀ ସୂତ୍ରରୁ ଏନେଇ ସୂଚନା ମିଳିଛି ।
ତେବେ ପୂର୍ବରୁ ଏଜିଆର ବାବଦକୁ ଦିଆଯାଇଥିବା ଆଂଶିକ ପେମେଣ୍ଟ ଦ୍ବାରା କୌଣସି ଫରକ ପଡିବନି । ବର୍ତ୍ତମାନ ପରିଚାଳନା ହେଉଥିବା ଦୂରସଞ୍ଚାର କମ୍ପାନୀ ଦ୍ବାରା ମାର୍ଚ୍ଚ 31 ସୁଦ୍ଧା 12,921 କୋଟି ଟଙ୍କା ବକେୟା ଦିଆଯିବା ପଇଁ ଆଶା ରହିଛି । ଯେଉଁଥିରୁ ପାଖାପାଖୀ 80 ପ୍ରତିଶତ ପେମେଣ୍ଟ ଭୋଡାଫୋନ ଓ ଆଇଡିଆ ଏବଂ ଭାରତୀ ଏୟାରଟେଲକୁ କରିବାକୁ ହେବ ।