ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଟିକସଦାତାମାନେ ସେମାନଙ୍କ ମାର୍ଚ୍ଚ ମାସର ଜିଏସଟି ଦେୟ ନିଜର କ୍ରେଡିଟ ଲେଜରରେ ଉପଲବ୍ଧ ଇନପୁଟ ଟ୍ୟାକ୍ସ କ୍ରେଡିଟ(ITC) ମାଧ୍ୟମରେ ଦେଇପାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ କହିଛନ୍ତି ।
ITC ଜରିଆରେ ଜିଏସଟି ଭରିପାରିବେ କରଦାତା - GST due
ମାର୍ଚ୍ଚ ମାସର ବକେୟା ଦେବା ପାଇଁ କରଦାତା ଇନପୁଟ ଟ୍ୟାକ୍ସ କ୍ରେଡିଟ(ITC)ର ବ୍ୟବହାର କରିପାରିବେ । କ୍ରେଡିଟ ଲେଜରରେ ଉପଲବ୍ଧ ଇନପୁଟ ଟ୍ୟାକ୍ସ କ୍ରେଡିଟ(ITC) ମାଧ୍ୟମରେ ସେମାନେ କର ଭରିପାରିବେ । ଅଧିକ ପଢନ୍ତୁ..
ITC ଜରିଆରେ ଜିଏସଟି ଭରିପାରିବେ କରଦାତା
କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ଏକ ବିବୃତ୍ତିରେ କହିଛି ଯେ, ମାର୍ଚ୍ଚ ମାସର ଜିଏସଟି ପେମେଣ୍ଟ ପାଇଁ ଟିକସଦାତାଙ୍କୁ ଆଇନ ଅନୁଯାୟୀ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି ।
ଫେବୃଆରୀରେ ଜିଏସଟି ସଂଗ୍ରହ କ୍ରମାଗତ ପଞ୍ଚମ ମାସ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ହୋଇଛି । ଫେବୃଆରୀରେ ଜିଏସଟି ସଂଗ୍ରହ 1.13 ଲକ୍ଷ କୋଟି ଟଙ୍କା ଥିଲା ।