ଓଡିଶା

odisha

By

Published : Apr 9, 2021, 6:44 PM IST

ETV Bharat / business

ସୁବ୍ରତ ରଏଙ୍କୁ କୋରୋନା

କୋରୋନା କବଳରେ ସାହାରା ଗୃପ ଅଧ୍ୟକ୍ଷ ସୁବ୍ରତ ରଏ । କୋଭିଡ ଆକ୍ରାନ୍ତ ପରେ ସେ ସମସ୍ତଙ୍କୁ ସୁରକ୍ଷିତ ରହିବା ଓ ତାଙ୍କ ଆଖପାଖରେ ଥିବା ଲୋକ ନିଜ ଧ୍ୟାନ ରଖନ୍ତୁ ବୋଲି ଅପିଲ କରିଛନ୍ତି । ଅଧିକ ପଢନ୍ତୁ..

କୋଭିଡରେ  ଆକ୍ରାନ୍ତ ହେଲେ  ସୁବ୍ରତ ରାୟ
କୋଭିଡରେ ଆକ୍ରାନ୍ତ ହେଲେ ସୁବ୍ରତ ରାୟ

ନୂଆଦିଲ୍ଲୀ: କୋରୋନା କବଳରେ ସାହାରା ଗ୍ରୁପର ଅଧ୍ୟକ୍ଷ ସୁବ୍ରତ ରଏ । କୋଭିଡ ଆକ୍ରାନ୍ତ ପରେ ସେ ସମସ୍ତଙ୍କୁ ସୁରକ୍ଷିତ ରହିବା ଓ ତାଙ୍କ ଆଖପାଖରେ ଥିବା ଲୋକ ନିଜ ଧ୍ୟାନ ରଖନ୍ତୁ ବୋଲି ଅପିଲ କରିଛନ୍ତି । ଏକ ବିଜ୍ଞପ୍ତିରେ ଏ ନେଇ ଦର୍ଶାଯାଇଛି ।

ବିଜ୍ଞପ୍ତିରେ କୁହାଯାଇଛି କି , ସାହାରା ଇଣ୍ଡିଆ ପରିବାରର ମ୍ୟାନେଜିଂ ୱାର୍କର ଏବଂ ଅଧ୍ୟକ୍ଷ କୋରୋନାରେ ସଂକ୍ରମିତ ଅଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରାଳୟ ଶୁକ୍ରବାର କହିଛି କି ଦେଶରେ ଦୈନିକ କୋଭିଡ ମାମଲା ବୃଦ୍ଧି ଜାରି ରହିଛି । ଦେଶରେ ମୋଟ 1,31,968 ନୂଆ ମାମଲା ରେକର୍ଡ କରାଯାଇଛି । ଯାହାକି ଦୈନିକ ମାମଲାର ସର୍ବୋଚ୍ଚ ରେକର୍ଡ ।

ମହାରାଷ୍ଟ୍ରରେ ସର୍ବାଧିକ 56,286 ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପରେ ଛତିଶଗଡରେ 10,652 ଓ ଉତ୍ତରପ୍ରଦେଶରେ 8,474 ମାମଲା ରହିଛି ।

ଭାରତରେ 9,79,608 ଲୋକ ଏବେ ସୁଦ୍ଧା କୋରୋନାରେ ସଂକ୍ରମିତ ଅଛନ୍ତି । ଏହା ଦେଶରେ ସଂକ୍ରମଣର ମୋଟ ମାମଲାର 7.50 ପ୍ରତିଶତ ଅଟେ । ଗତ 24 ଘଣ୍ଟାରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 69,289 ବଢିଛି ।

ABOUT THE AUTHOR

...view details