ଓଡିଶା

odisha

By

Published : Oct 26, 2020, 10:30 PM IST

ETV Bharat / business

ଭାରତ-ବାଲାଂଦେଶ ମଧ୍ୟରେ 8 ନୂଆ ଉଡାଣ ଭରିବ ସ୍ପାଇସଜେଟ

ଭାରତ-ବାଲାଂଦେଶ ମଧ୍ୟରେ ନୂଆ ଉଡାଣ ଆରମ୍ଭ କରିବ ସ୍ପାଇସଜେଟ । ନଭେମ୍ବର 5 ରୁ ଦ୍ବିପାକ୍ଷିକ ଉଡାଣ ଚୁକ୍ତି ଅଧିନରେ ଏହା ଆରମ୍ଭ ହେବ । ଅଧିକ ପଢନ୍ତୁ..

ଭାରତ -ବାଲାଂଦେଶ ମଧ୍ୟରେ 8 ନୂଆ ଉଡାଣ ଭରିବ ସ୍ପାଇସଜେଟ
ଭାରତ -ବାଲାଂଦେଶ ମଧ୍ୟରେ 8 ନୂଆ ଉଡାଣ ଭରିବ ସ୍ପାଇସଜେଟ

ନୂଆଦିଲ୍ଲୀ: ଘରୋଇ ସେକ୍ଟରର ବିମାନ କମ୍ପାନୀ ସ୍ପାଇସଜେଟ ନଭେମ୍ବର 5ରୁ ଭାରତ ଓ ବାଲାଂଦେଶ ମଧ୍ୟରେ 8 ନୂଆ ଉଡାଣ ଆରମ୍ଭ କରିବ । 2 ଦେଶ ମଧ୍ୟରେ ବିଶେଷ ଦ୍ବିପାକ୍ଷିକ ଉଡାଣ ଚୁକ୍ତି (ଏୟାର ବବଲ ପେକ୍ଟ ) ଅଧିନରେ କମ୍ପାନୀ ଏହି ଉଡାଣ ଭରିବ ।

କମ୍ପାନୀ ଏକ ବିଜ୍ଞପ୍ତିରେ କହିଛି କି, ଏହା ସପ୍ତାହରେ 4 ଦିନ କୋଲକତାରୁ Chittagong ମଧ୍ୟରେ ସିଧା ଉଡାଣ ସେବା ପରିଚାଳନା କରିବ । କମ୍ପାନୀର ସେବା ନେଟୱର୍କରେ Chittagong 11 ତମ ଅନ୍ତରାଷ୍ଟ୍ରୀୟ ସ୍ଥାନ ହେବ । ଏହା ବ୍ୟତିତ ଦିଲ୍ଲୀ, କୋଲକତା ଓ ଚେନ୍ନାଇରୁ ଢାଙ୍କାକୁ ମଧ୍ୟ ଯୋଡାଯିବ । ତେବେ ସମସ୍ତ ନୂଆ ଉଡାଣ ନଭେମ୍ବର 5 ରୁ ଆରମ୍ଭ ହେବ ।

କମ୍ପାନୀର ମୁଖ୍ୟ ବାଣିଜ୍ୟ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି କି , ‘‘ବାଲାଂଦେଶରୁ ଆମକୁ ସବୁବେଳେ ଭଲ ପ୍ରତିକ୍ରିୟା ମିଳିଛି । ଏଠାରୁ ଚାହିଦା ଅଧିକ ଅଛି । ଆମକୁ ବିଶ୍ବାସ ଅଛି କି ନୂଆ ଉଡାଣ ଏହି ମାର୍ଗରେ ଯାତ୍ରୀଙ୍କୁ ଭଲ କନେକ୍ଟିଭିଟି ଉପଲବ୍ଧ କରାଇବ ।’’

ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦ୍ବୀପ ସିଂହ ପୁରୀ ଅକ୍ଟୋବର 17 ରେ ଟ୍ବିଟ କରି ଘୋଷଣା କରିଥିଲେ କି ଭାରତ-ବାଲାଂଦେଶ ମଧ୍ୟରେ ପ୍ରତି ସପ୍ତାହରେ 28 ଉଡାଣର ପରିଚାଳନା ହେବ । କୋଭିଡ-19 କାଳରେ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ରହିଛି । ଏପରି ସ୍ଥିତିରେ ଅନେକ ଦେଶ ନିଜ ନିଜ ସୁବିଧା ଓ ଆବଶ୍ୟକତା ଅନୁସାରେ ଦ୍ବିପାକ୍ଷୀକ ବିଶେଷ ଉଡାଣ ଚୁକ୍ତି କରିଛନ୍ତି ।

ABOUT THE AUTHOR

...view details