ଓଡିଶା

odisha

ETV Bharat / business

77,815 କୋଟିର ସ୍ପେକ୍ଟ୍ରମ ନିଲାମୀ ଶେଷ, ରିଲାଏନ୍ସ ଜିଓ ସବୁଠୁ ବଡ କ୍ରେତା

2 ଦିନରେ 77,815 କୋଟି ବିଲ ସହ ଶେଷ ହେଲା ସ୍ପେକ୍ଟ୍ରମ ନିଲାମୀ । ଏଥିରେ ରିଲାଏନ୍ସ ଜିଓ ସବୁଠୁ ବଡ କ୍ରେତା ହୋଇଛି । ଅଧିକ ପଢନ୍ତୁ..

77,815  କୋଟିର ସ୍ପେକ୍ଟ୍ରମ ନିଲାମୀ ଶେଷ, ରିଲାଏନ୍ସ ଜିଓ ସବୁଠୁ ବଡ କ୍ରେତା
77,815 କୋଟିର ସ୍ପେକ୍ଟ୍ରମ ନିଲାମୀ ଶେଷ, ରିଲାଏନ୍ସ ଜିଓ ସବୁଠୁ ବଡ କ୍ରେତା

By

Published : Mar 2, 2021, 10:31 PM IST

ନୂଆଦିଲ୍ଲୀ: ଭାରତରେ 5 ବର୍ଷରେ ପ୍ରଥମ ସ୍ପେକ୍ଟ୍ରମ ନିଲାମୀ ମଙ୍ଗଳବାର ଶେଷ ହୋଇଛି । ଏଥିମଧ୍ୟରେ ବିଭିନ୍ନ ଦୂରସଞ୍ଚାର କମ୍ପାନୀମାନେ 77,814.80 କୋଟି ଟଙ୍କାରେ ସ୍ପେକ୍ଟ୍ରମ କିଣିଛନ୍ତି । ତେବେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସବୁଠୁ ଅଧିକ ସ୍ପେକ୍ଟ୍ରମ କିଣିଛନ୍ତି ।

ସୋମବାର 2,250 ମେଗାହର୍ଟଜ୍ ସ୍ପେକ୍ଟ୍ରମର ନିଲାମ ଆରମ୍ଭ ହୋଇଥିଲା । ଏହାର ରିଜର୍ଭ ମୂଲ୍ୟ ପ୍ରାୟ 4 ଲକ୍ଷ କୋଟି ଟଙ୍କା ଥିଲା । ଦୂରସଞ୍ଚାର ସଚିବ ଅଂଶୁ ପ୍ରକାଶ କହିଛନ୍ତି କି 2 ଦିନର ନିଲାମୀରେ 77,814.80 କୋଟି ଟଙ୍କାର 855.60 ମେଗାହର୍ଟଜ୍ ସ୍ପେକ୍ଟ୍ରମ କିଣିଯାଇଛି । ରିଲାଏନ୍ସ ଜିଓ 57,122.65 କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଛି । ତା ପଛକୁ ଭାରତୀ ଏୟାରଟେଲ 18,699 କୋଟି ଓ ଭୋଡାଫୋନ ଆଇଡିଆ 1,993.40 କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଛି । ସେପଟେ ଭୋଡାଫୋନ ଆଇଡିଆ ଲିମିଟେଡ 1,993.4 କୋଟି ଟଙ୍କାର ରେଡିଓ ତରଙ୍ଗ ପାଇଁ ବିଡ ଲଗାଇଛି ।

ନିଲାମ ସମୟରେ 800 ମେଗାହର୍ଟଜ୍, 900 ମେଗାହର୍ଟଜ୍, 1800 ମେଗାହର୍ଟଜ୍, 2100 ମେଗାହର୍ଟଜ୍ ଓ 2300 ମେଗାହର୍ଟଜ୍ ବ୍ୟାଣ୍ଡରେ ବିଡ ଆସିଛି । କିନ୍ତୁ 700 ଓ 2500 ମେଗାହର୍ଟଜରେ କୌଣସି ବିଡ ମିଳିନାହିଁ ।

ନିଲାମୀ ପାଇଁ ରହିଥିବା ମୋଟ ସ୍ପେକ୍ଟ୍ରମ ମଧ୍ୟରୁ 700 ମେଗାହର୍ଟଜ୍‌ ବ୍ୟାଣ୍ଡର ସ୍ପେକ୍ଟ୍ରମର ଅଂଶ ଏକ- ତୃତୀୟାଂଶ ଥିଲା । 2016ର ନିଲାମୀରେ ଏହି ସ୍ପେକ୍ଟ୍ରମ ବିଲକୁଲ ବିକ୍ରି ହୋଇପାରିଲା ନାହିଁ ।

ବିଶ୍ଳେଷକମାନେ କହିଛନ୍ତି ଯେ ଗୀଗାହର୍ଟଜ ବ୍ୟାଣ୍ଡ ତଳେ ଥିବା ଅନ୍ୟ ସ୍ପେକ୍ଟ୍ରମ କମ୍ ମୂଲ୍ୟରେ ଉପଲବ୍ଧ । ଏପରି ପରିସ୍ଥିତିରେ, ଅଧିକାଂଶ ଅପରେଟରମାନେ ନୂତନ ସ୍ପେକ୍ଟ୍ରମରେ ନିବେଶ କରିବାକୁ ଚାହାଁନ୍ତି ନାହିଁ, କାରଣ ଏହି କ୍ଷେତ୍ରରେ ସେମାନଙ୍କୁ ଉପକରଣ ପାଇଁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ।

ABOUT THE AUTHOR

...view details