ଓଡିଶା

odisha

ETV Bharat / business

ଆହୁରି ସରଳ ହେବ ଜିଏସଟି, ବଢିବ ଭାରତ ବ୍ୟବସାୟ ରାଙ୍କିଙ୍ଗ - ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ

ଆହୁରି ସରଳ ହେବ ଜିଏସଟି । 50 ଛୁଇଁବ ଭାରତର ବ୍ୟବସାୟ ଅନୁକୂଳ ରାଙ୍କିଙ୍ଗ । ଏଥିପାଇଁ ରାଜ୍ୟ ଗୁଡିକର ଉଦ୍ୟମ ଅପରିହାର୍ଯ୍ୟ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।

ଫାଇଲ ଫଟୋ

By

Published : Oct 25, 2019, 10:17 AM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କରକୁ ଆହୁରି ସରଳ କରିବାକୁ ପ୍ରୟାସ କରାଯିବ । ଫଳରେ ବିଶ୍ବବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତର ରାଙ୍କିଙ୍ଗ ବଢିବାରେ ସହାୟକ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।


ଗୁରୁବାର ପ୍ରକାଶିତ ବିଶ୍ବ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ ତାଲିକାରେ ଭାରତ 14ଟି ପାହାଚ ଲମ୍ପ ମାରି 63 ନମ୍ବରରେ ପହଞ୍ଚିଛି। ଏପରି ଭାବେ ଆସନ୍ତା କିଛି ବର୍ଷ ଭିତରେ ଏହା ଟପ୍‌ 50 ଭିତରେ ରହିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଏଥିପାଇଁ ରାଜ୍ୟଗୁଡିକୁ ମଧ୍ୟ ପ୍ରୟାସ କରିବାକୁ ହେବ । ତେବେ ଯାଇ ଦେଶରେ ବ୍ୟବସାୟିକ ଅନୁକୂଳ ବାତାବରଣ ଭଲ ରହିବ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମ ସହ ଆଲୋଚନା ସମୟରେ ଜଣାଇଛନ୍ତି।

ଏଥିସହ ସେ କହିଛନ୍ତି ଯେ, ବିଶେଷ କରି ସମ୍ପତ୍ତି ପଞ୍ଜିକରଣ ଓ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରେପ୍ସି କୋଡ(ଆଇବିସି) କ୍ଷେତ୍ରରେ ସୁଧାର ଭାରତର ରାଙ୍କିଙ୍ଗ ବଢାଇପାରିବ ବୋଲି ମନ୍ତ୍ରୀ ଆଶାବାଦୀ ଅଛନ୍ତି। ଏହାବ୍ୟତୀତ ଏଣିକି ବିଶ୍ବବ୍ୟାଙ୍କର ଏହି ରିପୋର୍ଟ ଅଧ୍ୟୟନରେ କେବଳ ଦିଲ୍ଲୀ ଓ ମୁମ୍ବାଇ ନୁହେଁ ଆସନ୍ତା ବର୍ଷରୁ କୋଲକାତା ଓ ବେଙ୍ଗାଲୁରୁକୁ ମଧ୍ୟ ସାମିଲ କରାଯିବ।

ଏପଟେ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୃତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ, ଋଣ ଦେବାଠାରୁ ଆରମ୍ଭ କରି ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ (ଲୋନ ଆଉଟରିଚ) କାର୍ଯ୍ୟକ୍ରମରେ ଏମଏସଏମଇ କ୍ଷେତ୍ର ପାଇଁ ଋଣ ଉପଲବ୍ଧ ହେବ।

ABOUT THE AUTHOR

...view details