ନୂଆଦିଲ୍ଲୀ: ଆମେରିକାର ଘରୋଇ ଇକ୍ୟୁଟି ଫାର୍ମ ସିଲଭର ଲେକ ପାର୍ଟନର୍ସ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲର 1.75 ପ୍ରତିଶତ ଅଂଶଧନ କିଣିଛି । ଏହି ଚୁକ୍ତି 7,500 କୋଟି ଟଙ୍କାରେ ହୋଇଛି ।
ରିଲାଏନ୍ସ ରିଟେଲର 1.75 ପ୍ରତିଶତ ଅଂଶଧନ କିଣିଲା ସିଲଭର ଲେକ - ରିଲାଏନ୍ସ ରିଟେଲ ଓ ସିଲଭର ଲେକ ଚୁକ୍ତି
ରିଲାଏନ୍ସ ରିଟେଲର 1.75 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଛି ସିଲଭର ଲେକ ପାର୍ଟନର୍ସ । ଏହି ଷ୍ଟକ ପାଇଁ କମ୍ପାନୀ 7,500 କୋଟି ଟଙ୍କା ନିବେଶ କରିଛି । ଅଧିକ ପଢନ୍ତୁ..
![ରିଲାଏନ୍ସ ରିଟେଲର 1.75 ପ୍ରତିଶତ ଅଂଶଧନ କିଣିଲା ସିଲଭର ଲେକ Silver Lake picks 1.75 per cent stake in Reliance Retail for Rs 7,500 cr](https://etvbharatimages.akamaized.net/etvbharat/prod-images/768-512-8735290-thumbnail-3x2-mukesh.jpg)
Silver Lake picks 1.75 per cent stake in Reliance Retail for Rs 7,500 cr
ବୁଧବାର ରିଲାଏନ୍ସ ଜାରି ବିବୃତ୍ତିରେ ଏ ନେଇ ସୂଚନା ଦେଇଛି । ଏହି ନିବେଶ ରିଲାଏନ୍ସ ରିଟେଲର 4.21 ଲକ୍ଷ କୋଟି ଟଙ୍କାର ମୂଲ୍ଯାଙ୍କନ ଉପରେ କରାଯାଇଛି ।
ଦୁନିଆର ସର୍ବବୃହତ୍ତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ସିଲଭର ଲେକ ଏହା ପୂର୍ବରୁ ଅରବପତି ଉଦ୍ଯୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ, ଇଣ୍ଡଷ୍ଟ୍ରିଜ ଲିମିଟେଡର ଡିଜିଟାଲ ୟୁନିଟ ଜିଓ ପ୍ଲାର୍ଟଫର୍ମରେ ମଧ୍ୟ ନିବେଶ କରିଛି ।