ନୂଆଦିଲ୍ଲୀ:ସିଗାରେଟ୍ କମ୍ପାନୀ ଗଡଫ୍ରେ ଫିଲିପ୍ସ ଇଣ୍ଡିଆ( Godfrey Phillips India)ର ସିଇଓ ହେଲେ(CEO ) ଶରଦ ଅଗ୍ରୱାଲ( Godfrey Phillips India Appointed Sharad Aggarwal as CEO) । ସୋମବାର ଶରଦଙ୍କୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଘୋଷଣା କରାଯାଇଛି । ଗଡଫ୍ରେ ଫିଲିପ୍ସ ଭାରତର ସର୍ବବୃହତ FMCG(Fast-moving consumer goods) କମ୍ପାନୀ ମଧ୍ୟରୁ ଅନ୍ୟତମ ।
କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଶରଦ ଅଗ୍ରୱାଲ ଭୀଷ୍ମ ୱାଧେରା(BhishamWadhera)ଙ୍କ ସ୍ଥାନ ନେବେ । ୱାଧେରା ଗତ ୨୬ ତାରିଖ ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ ଏବଂ କମ୍ପାନୀରେ ଉପଦେଷ୍ଟା ତଥା ମେଣ୍ଟର ଭାବେ କାର୍ଯ୍ୟ କରିବେ ।