ଓଡିଶା

odisha

ETV Bharat / business

ଭୋଡା-ଆଇଡିଆକୁ 733 କୋଟି ଟଙ୍କା ରିଫଣ୍ଡ କରିବ ଆୟକର ବିଭାଗ - ଭୋଡାଫୋନ ଆଇଡିଆକୁ କର ରିଫଣ୍ଡ

କର ନିର୍ଦ୍ଧାରଣ ବର୍ଷ 2014-15 ପାଇଁ କମ୍ପାନୀକୁ 4 ସପ୍ତାହ ଭିତରେ 733 କୋଟି ଟଙ୍କା ଫେରସ୍ତ ପାଇଁ ବିଭାଗକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଅଧିକ ପଢନ୍ତୁ..

sc asks it dept to refund rs733cr to vodafone idea
ଆୟକର ବିଭାଗକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Apr 29, 2020, 9:57 PM IST

ନୂଆଦିଲ୍ଲୀ: ସଙ୍କଟଗ୍ରସ୍ତ ଭୋଡାଫୋନ ଆଇଡିଆକୁ ଆଶ୍ବସ୍ତି ଦେବାକୁ 733 କୋଟି ଟଙ୍କା ଫେରସ୍ତ ପାଇଁ ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବୁଧବାର ଏ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କର ନିର୍ଦ୍ଧାରଣ ବର୍ଷ 2014-15 ପାଇଁ କମ୍ପାନୀକୁ 4 ସପ୍ତାହ ଭିତରେ ଏହି ଟଙ୍କା ଫେରସ୍ତ ପାଇଁ ବିଭାଗକୁ ଉଚ୍ଚତମକୋର୍ଟ ଆଦେଶ ଦେଇଛନ୍ତି । ତେବେ ଭୋଡାଫୋନ ଆଇଡିଆ ପୂର୍ବରୁ ଭୋଡାଫୋନ ମୋବାଇଲ ସର୍ଭିସେସ ଲିମିଟେଡ ଥିଲା । ତାହା 2014-15, 2015-16, 2016-17 ଏବଂ 2017-18 କର ମୁଲ୍ୟାଙ୍କନ ବର୍ଷ ପାଇଁ 4,759.07 କୋଟି ଟଙ୍କା ରିଫଣ୍ଡ ଦାବି କରିଥିଲା ।

ତେବେ ସର୍ବୋଚ୍ଚ ନ୍ୟାୟଳୟ 2014-15 ବର୍ଷ ବ୍ୟତିତ ଅନ୍ୟ କର ନିର୍ଦ୍ଧାରଣ ବର୍ଷର କର ରିଫଣ୍ଡ ନେଇ କୌଣସି ଆଦେଶ ଦେଇନାହାନ୍ତି । ଜଷ୍ଟିସ ଉଦୟ ୟୁ ଲଲିତ ଓ ଜଷ୍ଟିସ ବିନିତ ସରନ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, 2014-15 ବର୍ଷ ପାଇଁ ଆୟକର ଆଇନ ଧାରା 143(3) ଅଧିନରେ ପାରିତ ଫାଇନାଲ କର ନିର୍ଦ୍ଧାରଣ ଆଦେଶରୁ ସ୍ପଷ୍ଟ କି କମ୍ପାନୀ 733 କୋଟି ଟଙ୍କା କର ରିଫଣ୍ଡ ପାଇବାକୁ ହକଦାର । କିନ୍ତୁ ପୂର୍ବରୁ 2015-16 କର ନିର୍ଦ୍ଧାରଣ ବର୍ଷରେ 582 କୋଟି ଟଙ୍କା ଦାବି କରାଯାଇଥିଲା ।

ABOUT THE AUTHOR

...view details