ଓଡିଶା

odisha

ETV Bharat / business

ଏପ୍ରିଲ-ଜୁନରେ ଏସବିଆଇ ନିଟ ଲାଭ ବଢିଛି 81 ପ୍ରତିଶତ - ଏପ୍ରିଲ-ଜୁନରେ ଏସବିଆଇ ନିଟ ଲାଭ 81 ପ୍ରତିଶତ ବଢିଛି

କମିଛି ବ୍ୟାଡ ଲୋନ ପରିମାଣ । ଫଳରେ ଏନପିଏନ ହ୍ରାସ ସହ ଏସବିଆଇର ନିଟ ଲାଭ ଗତ ବର୍ଷ ତୁଳନାରେ 81 ପ୍ରତିଶତ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

SBIs Q1 profit surges 81 pc to Rs 4,189 cr
SBIs Q1 profit surges 81 pc to Rs 4,189 cr

By

Published : Jul 31, 2020, 4:50 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ)ରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକକ ନିଟ ଲାଭ 81 ପ୍ରତିଶତ ବୃଦ୍ଧି ହୋଇ 4,189.34 କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଡ ଲୋନ ହ୍ରାସ ଯୋଗୁଁ ବ୍ୟାଙ୍କର ପ୍ରଫିଟ ଉପରମୁହାଁ ରହିଛି ।

ଏହା ପୂର୍ବ ଆର୍ଥିକ ବର୍ଷ ସମାନ ତ୍ରୟମାସରେ ବ୍ୟାଙ୍କ 2,312.02 କୋଟି ଟଙ୍କାର ନିଟ ଲାଭ କମେଇଥିଲା ।

ସେୟାର ବଜାରକୁ ପଠାଯାଇଥିବା ସୂଚନାରେ ଦେଶର ସବୁଠୁ ବଡ ବ୍ୟାଙ୍କ କହିଛି କି, ତ୍ରୟମାସ ମଧ୍ୟରେ ବ୍ୟାଙ୍କର ଏକକ ମୋଟ ଆୟ ବୃଦ୍ଧି ପାଇ 74,457.86 କୋଟି ଟଙ୍କାରେ ପହଞ୍ଚିଛି । ଯାହାକି ଏହାର ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୟମାସରେ 70,653.23 କୋଟି ଟଙ୍କା ରହିଥିଲା ।

ତ୍ରୟମାସ ମଧ୍ୟରେ ବ୍ୟାଙ୍କ ମୋଟ ଏନପିଏ ହ୍ରାସ ପାଇ 5.44 ପ୍ରତିଶତ ରହିଛି । ଯାହାକି ଏହାର ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ 7.53 ପ୍ରତିଶତ ଥିଲା । ଏଭଳି ଭାବେ ବ୍ୟାଙ୍କର ମୋଟ ଏନପିଏ 1.8 ପ୍ରତିଶତ ଖସିଛି । ଯାହାକି ବର୍ଷେ ତଳେ 3.07 ପ୍ରତିଶତ ଥିଲା ।

ଏକୀକୃତ ଭିତ୍ତିରେ ସମୀକ୍ଷା ତ୍ରୟମାସରେ ମୋଟ ଲାଭ 62 ପ୍ରତିଶତ ବଢି 4,776.50 କୋଟି ଟଙ୍କାରେ ପହଞ୍ଚିଛି ।

ABOUT THE AUTHOR

...view details