ଓଡିଶା

odisha

ETV Bharat / business

ସୁଧ ହାର ହ୍ରାସ କଲା SBI - SBI MCLR

ଏସବିଆଇ କମାଇଲା ସୁଧ ଦର । ଜାଣନ୍ତୁ ଆପଣଙ୍କର କିସ୍ତି ଉପରେ କେତେ ପଡିବ ଏହାର ପ୍ରଭାବ ...

ସୁଧ ହାର ହ୍ରାସ କଲା SBI
ସୁଧ ହାର ହ୍ରାସ କଲା SBI

By

Published : Jul 8, 2020, 1:35 PM IST

ମୁମ୍ବାଇ: ସ୍ବଳ୍ପ ଅବଧି ଋଣ ଉପରେ ସୁଧ ହାର ହ୍ରାସ କରିଛି ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏସବିଆଇ ଏମସିଏଲଆରକୁ 0.05ରୁ 0.10 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ତେବେ ନୂଆ ଦର ଜୁଲାଇ 10ରୁ ଲାଗୁ ହେବ ।

ବୁଧବାର ଏନେଇ ଏସବିଆଇ ଘୋଷଣା କରି ଏକ ବିଜ୍ଞପ୍ତିରେ କହିଛି କି, ଏମସିଏଲଆରରେ ଏହି ହ୍ରାସ 3 ମାସ ପାଇଁ ଦିଆଯାଉଥିବା ଋଣ ଉପରେ ଲାଗୁ ହେବ । ଏହାର ଉଦ୍ଦେଶ୍ୟ ହେଉଛି ଋଣ ଛାଡ ଏବଂ ଚାହିଦା ବୃଦ୍ଧି କରିବା ।

MCLR ରେ ଏହି ରିହାତି ପରେ, ତିନିମାସ ପାଇଁ ଋଣ ଉପରେ ବ୍ୟାଙ୍କର ସୁଧ ହାର ବାର୍ଷିକ 6.65 ପ୍ରତିଶତକୁ ଖସିଯିବ । ଏହି ହାର ବ୍ୟାଙ୍କର ବାହ୍ୟ ମାନଦଣ୍ଡ ଆଧାରିତ ସୁଧ ହାର (EBLR) ସହିତ ସମାନ । ଏହାକୁ ମିଶାଇ ଷ୍ଟେଟ ବ୍ୟାଙ୍କ ଲଗାତାର 14 ଥର ଏମସିଏଲଆର ହ୍ରାସ କରିଛି ।

ତେବେ ଏହି ହ୍ରାସ ପରେ ବଜାରରେ ଏହା ସବୁଠୁ କମ ସୁଧହାର । ଦେଶର ସବୁଠାରୁ ଅଧିକ ଶସ୍ତା ଋଣ ଦେଉଥିବା ବ୍ୟାଙ୍କ ଏସବିଆଇ ।

ABOUT THE AUTHOR

...view details