ନୂଆଦିଲ୍ଲୀ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପାର୍ବଣ ଭେଟି । ହୋମ ଲୋନ ନେଇ ବଡ ଘୋଷଣା କଲା ଦେଶର ସବୁଠୁ ବଡ ବ୍ୟାଙ୍କ SBI । ଲୋନ ରାଶି ଯାହା ଥାଉ ନା କାହିଁକି 6.7 ପ୍ରତିଶତ ସୁଧହାରରେ ଲୋନ ଦେବ ଏହି ବ୍ୟାଙ୍କ । ଫେଷ୍ଟିଭ୍ ସିଜନକୁ ଦୃଷ୍ଟିରେ ରଖି କ୍ରେଡିଟ ସ୍କୋର ଲିଙ୍କ ହୋମ ଲୋନ 6.7 ପ୍ରତିଶତ ସୁଧହାରରେ ଦେବାକୁ ନିଷ୍ପତ୍ତି ନେଇଛି ଷ୍ଟେଟ୍ ବ୍ୟାଙ୍କ ।
SBI ଦ୍ବାରା ଜାରି ପ୍ରେସ ବିଜ୍ଞପ୍ତି ମୁତାବକ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ 75 ଲକ୍ଷରୁ ଅଧିକ ହୋମ ଲୋନ 7.15 ପ୍ରତିଶତ ସୁଧ ହାରରେ ଦେଉଥିଲା । ହେଲେ ଫେଷ୍ଟିଭ ଅଫର ଆରମ୍ଭ ପରେ 75 ଲକ୍ଷରୁ ଅଧିକ ହୋମ ଲୋନ ପାଇଁ ଋଣକର୍ତ୍ତାଙ୍କୁ ଏବେ ମାତ୍ର 6.7 ପ୍ରତିଶତ ସୁଧ ଦେବାକୁ ହେବ । ଫେଷ୍ଟିଭ ଅଫର ଅଧିନରେ 75 ଲକ୍ଷ ଟଙ୍କାର ହୋମ ଲୋନ 30 ବର୍ଷ ପାଇଁ ନେଉଥିବା ଋଣକର୍ତ୍ତାଙ୍କୁ 0.45 ପ୍ରତିଶତ ଶସ୍ତା ଋଣ ମିଳିବ । ଯାହାଦ୍ବାରା ସେ ସମ୍ପୃର୍ଣ୍ଣ ଅବଧି ମଧ୍ୟରେ 8 ଲକ୍ଷରୁ ଅଧିକ ସଞ୍ଚୟ କରିପାରିବେ ।