ଓଡିଶା

odisha

ETV Bharat / business

ପ୍ରଥମ ଭାରତୀୟ ଭାବେ ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲ ସିଇଓ - Batas global CEO

ସନ୍ଦୀପ କଟାରିଆ ପ୍ରଥମ ଭାରତୀୟ, ଯିଏ ପ୍ରଥମ ଥର ପାଇଁ କମ୍ପାନୀର ଗ୍ଲୋବାଲ ସିଇଓ ଭାବେ ନିଯୁକ୍ତି ପାଇଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ଭାରତୀୟ ଭାବେ ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ
ପ୍ରଥମ ଭାରତୀୟ ଭାବେ ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ

By

Published : Dec 1, 2020, 6:10 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଜୋତା କମ୍ପାନୀ ବାଟା ଇଣ୍ଡିଆ ନିଜର ସିଇଓ ସନ୍ଦୀପ କାଟାରିଆଙ୍କୁ ତତ୍କାଳ ପ୍ରଭାବ ସହ ଦେଇଛି ନୂଆ ଦାୟିତ୍ବ । ପଦୋନ୍ନତି ସହ କାଟାରିଆ ହୋଇଛନ୍ତି କମ୍ପାନୀର ବୈଶ୍ବିକ ପରିଚାଳନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ )।

ସନ୍ଦୀପ କାଟାରିଆ ଆଲେକ୍ସିସ ନାସାର୍ଡଙ୍କ ସ୍ଥାନ ନେଇଛନ୍ତି । ନାସାର୍ଜ 5 ବର୍ଷ ଧରି ବାଟା ଗ୍ଲୋବାଲର ସିଇଓ ଭାବେ ଦାୟିତ୍ବ ତୁଲାଇଛନ୍ତି । ତେବେ ଏନେଇ ବିବୃତ୍ତି ଜାରି କରି ବାଟା କହିଛି କି ସନ୍ଦୀପ ପ୍ରଥମ ଭାରତୀୟ, ଯିଏ ପ୍ରଥମ ଥର ପାଇଁ କମ୍ପାନୀର ଗ୍ଲୋବାଲ ସିଇଓ ଭାବେ ନିଯୁକ୍ତି ପାଇଛନ୍ତି ।

କାଟାରିଆ 2017 ରେ ବାଟା ଇଣ୍ଡିଆର ସିଇଓ ଭାବେ କମ୍ପାନୀ ସହ ଯୋଡି ହୋଇଥିଲେ । ଏହା ପୂର୍ବରୁ ସେ ୟୁନିଲିଭର, ଭୋଡାଫୋନ ଭଳି କମ୍ପାନୀରେ କାମ କରିସାରିଛନ୍ତି ।

ବିଶ୍ବର 70 ଟି ଦେଶରେ ବାଟା କମ୍ପାନୀର ଶାଖା ରହିଥିଲା ବେଳେ ଏହାର ବଡ କଞ୍ଜ୍ୟୁମର ମାର୍କେଟ ହେଉଛି ଭାରତ । ଏହି କମ୍ପାନୀ ସ୍ବିଜରଲ୍ୟାଣ୍ଡର । ଏହାର ଗଠନ 1994 ରେ ହୋଇଥିଲା ବେଳେ ଏହାର ମୁଖ୍ୟାଳୟ ଲୁସାନେରେ ଠାରେ ଅଛି ।

ABOUT THE AUTHOR

...view details