ନୂଆଦିଲ୍ଲୀ: 2021ରେ ଦୁନିଆର ଦ୍ବିତୀୟ ସର୍ବବୃହତ୍ତ ଦ୍ରୁତ ବଢୁଥିବା ଖୁଚୁରା ବିକ୍ରେତା କମ୍ପାନୀ ମାନ୍ୟତା ପାଇଲା ରିଲାଏନ୍ସ ରିଟେଲ ଲିମିଟେଡ । ଦୁନିଆର ଖୁଚୁରା ବିକ୍ରେତା କମ୍ପାନୀ ଡେଲୋଏଟ୍ (Deloitte) ରିପୋର୍ଟରେ ଏହା କୁହାଯାଇଛି ।
ଦ୍ରୁତ ଅଭିବୃଦ୍ଧି ରିଟେଲର ଲିଷ୍ଟର ଦ୍ବିତୀୟ ସ୍ଥାନରେ ‘ରିଲାଏନ୍ସ’ - fastest growing retailer in world
ଦୁନିଆର ଦ୍ବିତୀୟ ଦ୍ରୁତ ବଢୁଥିବା ଖୁଚୁରା ବିକ୍ରେତା କମ୍ପାନୀ ମାନ୍ୟତା ପାଇଲା ରିଲାଏନ୍ସ ରିଟେଲ ଲିମିଟେଡ । ଅଧିକ ପଢନ୍ତୁ..
![ଦ୍ରୁତ ଅଭିବୃଦ୍ଧି ରିଟେଲର ଲିଷ୍ଟର ଦ୍ବିତୀୟ ସ୍ଥାନରେ ‘ରିଲାଏନ୍ସ’ ଦ୍ରୁତ ଅଭିବୃଦ୍ଧି ରିଟେଲର ଲିଷ୍ଟରେ ଦ୍ବିତୀୟ ରିଲାଏନ୍ସ](https://etvbharatimages.akamaized.net/etvbharat/prod-images/768-512-11713786-thumbnail-3x2-realnce.jpg)
ଦ୍ରୁତ ଅଭିବୃଦ୍ଧି ରିଟେଲର ଲିଷ୍ଟରେ ଦ୍ବିତୀୟ ରିଲାଏନ୍ସ
ରିପୋର୍ଟ ଅନୁସାରେ ରିଲାଏନ୍ସ ରିଟେଲ ଏହି ଲିଷ୍ଟରେ ଗତ ବର୍ଷ ଶୀର୍ଷରେ ଥିଲା । ହେଲେ ଏବେ ଦ୍ବିତୀୟ ନମ୍ବରକୁ ଖସିଛି । ଡେଲୋଏଟ୍ ରିପୋର୍ଟ ମୁତାବକ ‘ ଗ୍ଲୋବାଲ ପାୱର୍ସ ଅଫ ରିଟେଲିଙ୍ଗ ସୂଚୀରେ ଏହାର ନମ୍ବର 53 ରହିଛି । ଏହା ପୂର୍ବରୁ କମ୍ପାନୀ 56 ତମ ନମ୍ବରରେ ଥିଲା । ଏଭଳି ଭାବେ ରିଲାଏନ୍ସ ରିଟେଲ ଏହି ସୂଚୀରେ ଏହାର ସ୍ଥିତିରେ ସୁଧାର କରିଛି ।
ଖୁଚୁରା ବିକ୍ରେତାଙ୍କ ଏହି ସୂଚୀରେ ଆମେରିକାର ୱାଲମାର୍ଟ ଇଙ୍କ ସବୁଠୁ ଶୀର୍ଷରେ ରହିଛି । କମ୍ପାନୀ ଦୁନିଆର ଶୀର୍ଷ ଖୁଚୁରା ବିକ୍ରେତା ଭାବେ ନିଜ ସ୍ଥିତିକୁ ବଜାୟ ରଖିଛି ।