ନୂଆଦିଲ୍ଲୀ: ଅଶୋଧିତ ତୈଳ ଦାମରେ ହ୍ରାସ ତଥା ଆରମକୋ ବାର୍ଷିକ 75 ଅରବ ଡଲାର ଲାଭାଂଶ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଆଉ ଏଥିଯୋଗୁଁ ସାଉଦି ଆରବ କମ୍ପାନୀର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ ଚୁକ୍ତିରେ ବିଳମ୍ବ ହୋଇଛି । ଆରମକୋ ଦ୍ବାରା ରିଲାଏନ୍ସର ତେଲରୁ କେମିକାଲ ୟୁନିଟ (o2c) ରେ ଅଂଶଧନ କ୍ରୟ କରାଯିବ । ହେଲେ ଏହି ଚୁକ୍ତି ପୂରା ହୋଇପାରି ନାହିଁ ।
ଅନୁସନ୍ଧାନ କମ୍ପାନୀ ଜେଫ୍ରିଜ ରିପୋର୍ଟରେ ଏ ନେଇ କୁହାଯାଇଛି । ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ 2019 ଅଗଷ୍ଟରେ ଘୋଷଣା କରିଥିଲେ କି o2c କାରବାରରେ 20 ପ୍ରତିଶତ ଅଂଶଧନ ବିକ୍ରି ପାଇଁ କଥାବାର୍ତ୍ତା ଚାଲିଛି । ଏଥିରେ ଗୁଜୁରାଟର ଜାମନଗରର 2 ତେଲ ରିଫାଇନାରୀ ଓ ପେଟ୍ରୋରସାୟନ ସମ୍ପତ୍ତି ସାମିଲ ରହିଛି ।