ଓଡିଶା

odisha

By

Published : Oct 6, 2020, 6:01 PM IST

ETV Bharat / business

କାଲିଠାରୁ ଆରବିଆଇର ମୁଦ୍ରାନୀତି ବୈଠକ

ବୁଧବାର ଠାରୁ ଆରମ୍ଭ ହେବ ଆରବିଆଇ ମୁଦ୍ରାନୀତି ସମିତି ବୈଠକ । ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅକ୍ଟୋବର 9 ତାରିଖରେ ଘୋଷଣା ହେବ । ଅଧିକ ପଢନ୍ତୁ..

କାଲିଠାରୁ ଆରବିଆଇର ମୁଦ୍ରାନୀତି ବୈଠକ
କାଲିଠାରୁ ଆରବିଆଇର ମୁଦ୍ରାନୀତି ବୈଠକ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି ସମିତି (ଏମପିସି)ର ବୈଠକ ବୁଧବାର ଠାରୁ ଆରମ୍ଭ ହେବ । 3ଦିନ ଧରି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ଅକ୍ଟୋବର 9 ଅର୍ଥାତ ଶୁକ୍ରବାର ଘୋଷଣା କରାଯିବ ।

ସରକାରଙ୍କ ଦ୍ବାରା କମିଟିରେ ତିନିଜଣ ବାହ୍ୟ ସଦସ୍ୟଙ୍କ ଖାଲି ପଦ ପୂରଣ କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ମଙ୍ଗଳବାର ଏକ ମୁଦ୍ରାନୀତି ସମୀକ୍ଷା ବୈଠକ ଘୋଷଣା କରିଛି। ଆରବିଆଇ ଏକ ବିବୃତ୍ତିରେ କହିଛି କି ଏମପିସିର ଆସନ୍ତା ବୈଠକ ଅକ୍ଟୋବର 7ରୁ 9 ଯାଏଁ ହେବ ।

ସରକାର ସୋମବାର ଆଶିମା ଗୋୟଲ, ଜୟନ୍ତ ଆର ବର୍ମା ଓ ଶଶାଙ୍କ ଭିଡେଙ୍କୁ ସମିତିର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ଏମପିସି ବୈଠକ ସେପ୍ଟେମ୍ବର 29ରୁ ଅକ୍ଟୋବର 1 ମଧ୍ୟରେ ହେବାକୁ ଥିବା ବେଳେ ସମିତିରେ ନୂଆ ଭର୍ତ୍ତିକୁ ନେଇ ବୈଠକ ଟଳିଥି । ଯାହା ପରେ ନିଯୁକ୍ତି ହୋଇଛି ।

ABOUT THE AUTHOR

...view details