ଓଡିଶା

odisha

ETV Bharat / business

13 ଚୁକ୍ତି : ଜିଓରେ 730 କୋଟି ଟଙ୍କା ନିବେଶ କରିବ କ୍ବାଲକମ - ଜିଓ ସହ କ୍ବାଲକମର ଚୁକ୍ତି

12 ସପ୍ତାହରେ ଜିଓ ପ୍ଲାର୍ଟଫରେ 13 ନିବେଶ । ଏହା ଜରିଆରେ ଜିଓ ପ୍ଲାର୍ଟଫର୍ମର 25.2 ପ୍ରତିଶତ ଇକ୍ୟୁଟି ପାଇଁ 1,18,318.45 ଲକ୍ଷ କୋଟି ଟଙ୍କା ନିବେଶ ହୋଇଛି । ଅଧିକ ପଢନ୍ତୁ..

13 ଚୁକ୍ତି : ଜିଓରେ  730 କୋଟି ଟଙ୍କା ନିବେଶ କରିବ କ୍ବାଲକମ
13 ଚୁକ୍ତି : ଜିଓରେ 730 କୋଟି ଟଙ୍କା ନିବେଶ କରିବ କ୍ବାଲକମ

By

Published : Jul 13, 2020, 3:03 PM IST

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାର୍ଟଫର୍ମ ଜିଓ ରେ ନିବେଶ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜକୁ 13 ତମ ନିବେଶକ ମିଳିଛି । ଓୟାରଲେସ ଟେକ୍ନୋଲୋଜି ସେକ୍ଚରର ଦିଗ୍ଗଜୟ କମ୍ପାନୀ କ୍ବାଲକମ ଇନକର୍ପୋରେଟଡର ଇନଭେଷ୍ଟମେଣ୍ଟ କମ୍ପାନୀ କ୍ବାଲକମ ବେଞ୍ଚର୍ସ 0.15 ପ୍ରତିଶତ ଇକ୍ୟୁଟି ପାଇଁ ଜିଓ ରେ 730 କୋଟି ଟଙ୍କା ନିବେଶ ପାଇଁ ଘୋଷଣା କରିଛି ।

12 ସପ୍ତାହରେ 13 ନିବେଶ ଜରିଆରେ ଜିଓ ପ୍ଲାର୍ଟଫର୍ମରେ 25.2 ପ୍ରତିଶତ ଇକ୍ୟୁଟି ପାଇଁ 1,18,318.45 ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି ।

କ୍ବାଲକମ ନିଜର ଉକୃଷ୍ଠ ଓୟାରଲେସ ଟେକ୍ନୋଲୋଜି ପାଇଁ ସମଗ୍ର ବିଶ୍ବରେ ଜଣାଶୁଣା । ଜିଓ ପ୍ଲାଟଫର୍ମର ଇକ୍ୟୁଟି ଭେଲ୍ୟୁ 4.91 ଲକ୍ଷ କୋଟି ଟଙ୍କା ଓ ଏଣ୍ଟରପ୍ରାଇଜ ଭେଲ୍ୟୁ 5.16 ଲକ୍ଷ କୋଟି ଟଙ୍କା ହିସାରେ ପୁଞ୍ଜି ନିବେଶ କରାଯାଇଛି ।

ଜିଓ ପ୍ଲାର୍ଟଫର୍ମରେ ନିବେଶ ଏପ୍ରିଲ 22ରେ ଫେସବୁକ ସହ ଆରମ୍ଭ ହୋଇଥିଲା । ଏହା ପରରୁ ବିଭିନ୍ନ ନାମୀଦାମୀ ବିଦେଶୀ କମ୍ପାନୀ ଜିଓର ଅଂଶଧନ ବଦଳରେ ବିପୁଳ ନିବେଶ କରିଛନ୍ତି ।

କ୍ବାଲକମ ଦୁନିଆର ଅଗ୍ରଣୀ ଓୟାରଲେସ ଟେକ୍ନୋଲୋଜି ଇନୋଭେଟର ଓ 5 ଜି ବିକାଶ, ଲଞ୍ଚ ଓ ବିସ୍ତାର ପାଇଁ କାମ କରିଥାଏ । ରିସର୍ଚ୍ଚ ଓ ବିକାଶରେ କ୍ବାଲକମ ଏବେ ସୁଦ୍ଧା 62 ଅରବ ଡଲାରରୁ ଅଧିକ ଖର୍ଚ୍ଚ କଲାଣି । ଗତ 35 ବର୍ଷରେ କ୍ବାଲକମ ପାଖରେ ପେଣ୍ଟେଟ ଓ ପେଣ୍ଟେଟ ଆପ୍ଲିକେସନ ମିଶାଇ 140,000 ରୁ ଅଧିକ ଇନୋଭେସନ ରହିଛି ।

ABOUT THE AUTHOR

...view details