ଓଡିଶା

odisha

ETV Bharat / business

ବଏକଟ ଚାଇନା ଅଭିଯାନ ମଧ୍ୟରେ ICICI ବ୍ୟାଙ୍କ ଷ୍ଟକ କିଣିଲା ଚୀନ ବ୍ୟାଙ୍କ - Boycott China movement

କୋରୋନା ଭାଇରସ ଲକଡାଉନ ମଧ୍ୟରେ ଭାରତର ଘରୋଇ ବ୍ୟାଙ୍କର ସେୟାର ଅଧିଗ୍ରହଣରେ ଲାଗିଛି ଚୀନର କେନ୍ଦ୍ରୀୟ ବ୍ୟାଙ୍କ । ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ଭାରତର ଭାରତର ଦ୍ବିତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ଏବଂ ଏଚଡିଏଫସିରେ ନିବେଶ କରିଛି । ଅଧିକ ପଢନ୍ତୁ..

Chinese investment in ICICI Bank
Chinese investment in ICICI Bank

By

Published : Aug 18, 2020, 6:13 PM IST

ନୂଆଦିଲ୍ଲୀ: ଦେଶରେ ଚୀନ ବିରୋଧୀ ଅଭିଯାନ ମଧ୍ୟରେ ଭାରତର ବ୍ୟାଙ୍କରେ ନିବେଶ କରିଛି ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା । ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ଭାରତର ଭାରତର ଦ୍ବିତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ପୁଞ୍ଜି ଖଟାଇଛି , କିନ୍ତୁ ଏହା କମ ଅଟେ ।

ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ଆଇସିଆଇସିଆଇ ବ୍ୟାଙ୍କର ସମ୍ପ୍ରତି 15,000 କୋଟି QIP ପ୍ଲେସମେଣ୍ଟ ମାଧ୍ୟମରେ ଏହି ନିବେଶ କରିଛି। ଚୀନର କେନ୍ଦ୍ରୀୟ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କରେ ମାତ୍ର 15 କୋଟି ଟଙ୍କା ନିବେଶ କରିଛି।

ପ୍ରକାଶ ଯେ, ଆଇସିଆଇସିଆଇ ବ୍ୟାଙ୍କ ଶନିବାର କହିଛି ଯେ, ଏହାର କ୍ୱାଲିଫାଏଡ ଇନଷ୍ଟିଚ୍ୟୁସନାଲ ପ୍ଲେସମେଣ୍ଟ (QIP) ଅଧୀନରେ ଇକ୍ୱିଟି ସେୟାର ଆବଣ୍ଟନ କାମ ଶେଷ କରିଛି । ଆଉ ଏହା ମାଧ୍ୟମରେ 15,000 କୋଟି ଟଙ୍କା ସଂଗ୍ରହ କରିଛି।

ଏହି ବିକ୍ରି ପାଇଁ ଗ୍ଲୋବାଲ ବ୍ୟତିତ ଘରୋଇ ନିବେଶକ ମଧ୍ୟ ବହୁତ ଆଗ୍ରହ ଦେଖାଇଥିଲେ । ଏଥିରେ ବିଦେଶୀ ପୋର୍ଟଫୋଲିଓ ନିବେଶକ, ଘରୋଇ ମ୍ୟୁଚୁଆଲ ଫଣ୍ଡ ଓ ବୀମା କମ୍ପାନୀ ସାମିଲ ଅଛନ୍ତି ।

HDFC ବ୍ୟାଙ୍କରେ ମଧ୍ୟ ଚୀନ କେନ୍ଦ୍ରୀୟ ବ୍ୟାଙ୍କ ନିବେଶ କରିଛି ।

ଏହାପୂର୍ବରୁ, ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ଭାରତରେ କୋରୋନା ଭାଇରସ ଯୋଗୁଁ ଚାଲିଥିବା ଲକଡାଉନ ମଧ୍ୟରେ ଭାରତର ପ୍ରମୁଖ ଋଣ ପ୍ରଦାନକାରୀ କମ୍ପାନୀ ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ୍ (HDFC)ରେ ନିଜ ଅଂଶଧନକୁ ଏକ ପ୍ରତିଶତକୁ ବୃଦ୍ଧି କରିଥିଲା। ବିଏସଇକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ମାର୍ଚ୍ଚ ମାର୍ଚ୍ଚ ତ୍ରୟମାସରେ ଏଚଡିଏଫସିର ପ୍ରାୟ 1.75 କୋଟିର ସେୟାର ଅଧିଗ୍ରହଣ କରିଛି ।

ABOUT THE AUTHOR

...view details