ଓଡିଶା

odisha

ETV Bharat / business

ବିଏସଏନଏଲ ଓ ଏମଟିଏନଲର ଭିଆରଏସ ସ୍କିମ, 60 ହଜାର କର୍ମଚାରୀ କଲେଣି ଆବେଦନ - 60 ହଜାର କର୍ମଚାରୀଙ୍କ ଭିଆରଏସ ଆବେଦନ

ଏବେ ସୁଦ୍ଧା ବିଏସଏନଏଲ ଓ ଏମଟିଏନଏଲର 60,000ରୁ ଊର୍ଦ୍ଧ୍ବ କର୍ମଚାରୀ ଭିଆରଏସ (ସ୍ବେଚ୍ଛାକୃତ ଅବସର) ସ୍କିମ ପାଇଁ ଆବେଦନ କରିଛନ୍ତି । ଦୂରସଞ୍ଚାର ସଚିବ ଅଂଶୁ ପ୍ରକାଶ ଏନେଇ ସୂଚନା ଦେଇଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Nov 9, 2019, 6:17 PM IST

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଭିତରେ ଏବେ ସୁଦ୍ଧା ବିଏସଏନଏଲ ଓ ଏମଟିଏନଏଲର 60,000ରୁ ଊର୍ଦ୍ଧ୍ବ କର୍ମଚାରୀ ଭିଆରଏସ (ସ୍ବେଚ୍ଛାକୃତ ଅବସର) ସ୍କିମ ପାଇଁ ଆବେଦନ କରିଛନ୍ତି । ଦୂରସଞ୍ଚାର ସଚିବ ଅଂଶୁ ପ୍ରକାଶ ଏ ନେଇ ସୂଚନା ଦେଇଛନ୍ତି ।

ଭିଆରଏସ ବିକଳ୍ପ ବାଛିଥିବା ବିଏସଏନଏଲ କର୍ମଚାରୀଙ୍କ ସଂଖ୍ୟା କେବଳ 57,000ରୁ ଊର୍ଦ୍ଧ୍ବ ରହିଛି । ଆଶ୍ଚର୍ଯ୍ୟର କଥା ଯେ, ଶୁକ୍ରବାର ଦ୍ବି-ପ୍ରହରରେ କମ୍ପାନୀର ଅଧ୍ୟକ୍ଷ ଓ ପ୍ରବନ୍ଧକ ନିର୍ଦ୍ଦେଶକ ପି.କେ ପୁରୱାର ଗଣମାଧ୍ୟମକୁ ଦେଇଥିବା ସୂଚନାରେ 40 ହଜାର କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିଥିଲେ । ଯାହାକି ସଂନ୍ଧ୍ୟା ସୁଦ୍ଧା 17 ହଜାର ବୃଦ୍ଧି ପାଇଛି ।

ଏଥିରୁ ସ୍ପଷ୍ଟ ଅନୁମାନ କି, ଭିଆରଏସ ଯୋଜନାରୁ ଅଦ୍ଭୁତ ସମର୍ଥନ ମିଳୁଛି । ତେବେ ସରକାର ମୋଟ 94,000 କର୍ମଚାରୀଙ୍କୁ ଭିଆରଏସ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ପ୍ରକାଶ ଯେ, ଗତ ମାସରେ ବିଏସଏନଏଲ ଓ ଏମଟିଏନଏଲରୁ ପୁନଃଉଦ୍ଧାର ପାଇଁ 69,000 କୋଟିର ଆର୍ଥିକ ପ୍ୟାକେଜର ଘୋଷଣା କରିଥିଲେ । ଏଥିରେ ଘାଟାରେ ଚାଲିଥିବା 2 କମ୍ପାନୀର ମିଶ୍ରଣ ଓ ସେମାନଙ୍କ ସମ୍ପତ୍ତିର ମୁଦ୍ରୀକରଣ ଓ କର୍ମଚାରୀଙ୍କୁ ଆକର୍ଷଣୀୟ ଭିଆରଏସ ଦେବା ଆଦି ସାମିଲ ରହିଛି । ଆସନ୍ତା 2 ବର୍ଷ ଭିତରେ ଏହି କମ୍ପାନୀକୁ ଟ୍ରାକକୁ ଆଣିବା ସହ ଲାଭ କମାଇବା ଏହି ସ୍କିମର ଲକ୍ଷ୍ୟ ।

ଏହି ସ୍କିମ ଅନୁଯାୟୀ କର୍ମଚାରୀଙ୍କୁ ଚାକିରୀ କାଳର ବଞ୍ଚିଥିବା ବର୍ଷ ପାଇଁ 100ରୁ 125 ପ୍ରତିଶତ ଦରମା ଦିଆଯିବ । ଏଥିରେ ପେନସନ ମଧ୍ୟ ସାମିଲ ରହିବ । ଏହା ବ୍ୟତିତ ଲୋନ ନେବାକୁ ଚାହୁଁଥିଲେ 3 ମାସ ସମୟ ଲାଗିବ । ତେବେ ଏସବୁର କମ୍ପାନୀ ସେବା ଉପରେ କୌଣସି ପ୍ରଭାବ ପଡିବନାହିଁ । ଡିସେମ୍ବର 3 ପର୍ଯ୍ୟନ୍ତ ବିଏସଏନଏଲ କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିପାରିବେ ।

ABOUT THE AUTHOR

...view details