ନୂଆଦିଲ୍ଲୀ:ମହଙ୍ଗା ହେବ ଅନଲାଇନ ଫୁଡ ଡେଲିଭରି । ଆସନ୍ତା ଜିଏସଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ । କମିଟିର ଫିଟମେଣ୍ଟ ପ୍ୟାନେଲ ଫୁଡ ଡେଲିଭରି ଆପ୍ସକୁ ଅତି କମରେ 5 ପ୍ରତିଶତ ଜିଏସଟି ଅଧିନକୁ ଆଣିବାକୁ ସୁପାରିଶ କରିଛି । ଯେଉଁ କାରଣରୁ SWIGGY, Zomato ଭଳି ଅନଲାଇନ ଖାଦ୍ୟ ବିତରଣ ପ୍ଲାଟଫର୍ମରେ ଖାଦ୍ୟ ଅର୍ଡର କଲେ ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିପାରେ ।
ସୂଚନାଥାଉ କି, ଆସନ୍ତା ଶୁକ୍ରବାର ଦିନ ଜିଏସଟି କାଉନସିଲ ବୈଠକ ଲକ୍ଷ୍ନୌଠାରେ ବସିବାକୁ ଯାଉଛି । ବୈଠକରେ ଏହା ମୁଖ୍ୟ ଏଜେଣ୍ଡା ହୋଇପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଯେଉଁ ଅର୍ଥବ୍ୟବସ୍ଥା ରହିଛି ସେଥିରେ ସରକାରଙ୍କୁ ଟ୍ୟାକ୍ସ କ୍ଷେତ୍ରରେ 2 ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଥିବା ମଧ୍ୟ କୁହାଯାଉଛି । ଏଥିସହ ଫୁଡ୍ ଏଗ୍ରିଗେଟରଙ୍କୁ ଇ-କମର୍ସ ଅପରେଟର ଭାବେ ମାନିବାକୁ ସୁପାରିଶ କରିଛି କରିଛି ଜିଏସଟି କମିଟି ପ୍ୟାନେଲ ।