ଓଡିଶା

odisha

By

Published : Jun 9, 2020, 8:25 PM IST

ETV Bharat / business

10 ହଜାର କର୍ମଚାରୀଙ୍କୁ ଛଟେଇ କରିବ ବ୍ରିଟିଶ ପେଟ୍ରୋଲିୟମ

କୋରୋନା ମାଡରେ ପ୍ରଭାବିତ ବ୍ରିଟିଶ ପେଟ୍ରୋଲିୟମ 10 ହଜାର କର୍ମଚାରୀଙ୍କୁ ଛଟେଇ କରିବ । ଯାହାକି କମ୍ପାନୀର ମୋଟ ଶ୍ରମ ବଳର 15 ପ୍ରତିଶତ । ଅଧିକ ପଢନ୍ତୁ..

Oil giant BP
ବ୍ରିଟିଶ ପେଟ୍ରୋଲିୟମ

ନୂଆଦିଲ୍ଲୀ: କୋରୋନା ମହାମାରୀରେ ପ୍ରଭାବିତ ତେଲ ବଜାରରେ । ଏଥିମଧ୍ୟରେ ବ୍ରିଟିଶ ପେଟ୍ରୋଲିୟମ ଏ ବର୍ଷ ଶେଷ ସୁଦ୍ଧା ବୈଶ୍ବିକ ସ୍ତରରେ ନିଜର 10,00 କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି ।

କମ୍ପାନୀର ବିଶ୍ବ ସ୍ତରରେ ମୋଟ 70,000 ମଜବୁତ ଶ୍ରମବଳ ରହିଛି । ସେଥିର15 ପ୍ରତିଶତ ଛଟେଇ ହେବେ ।

କୋରୋନା ଭାଇରସ ମହାମାରୀ ପ୍ରଭାବରେ ତେଲ ଚାହିଦା ପ୍ରବଳ ମାତ୍ରାରେ ହ୍ରାସ ପାଇଛି । ଫଳରେ ଆୟ କମିଛି । ଏପରି ସ୍ଥିତିରେ କମ୍ପାନୀର ଖର୍ଚ୍ଚ କମ କରିବା ପାଇଁ ଛଟେଇ ଆବଶ୍ୟକ ହୋଇପଡିଛି । ବ୍ରିଟିଶ ପେଟ୍ରୋଲିୟମର ସିଇଓ ବର୍ନାର୍ଡ ଲୋନି(Bernard Looney)ଏକ ଇମେଲ ପଠାଇ ଏ ନେଇ କର୍ମଚାରୀଙ୍କୁ ଜଣାଇଛନ୍ତି ।

ଏଭଳି ସଙ୍କଟ ସମୟରେ ଆମର ଶିଳ୍ପ ଓ କମ୍ପାନୀ କ୍ଷତି ସହିବା ସହ ସହିତ ଆର୍ଥିକ ଅବନତି ଘଟିଛି । ଆଉ ଏ ନେଇ ଆଗରୁ ଅବଗତ ବୋଲି ଲୋନି ମେଲରେ ଦର୍ଶାଇଛନ୍ତି ।

ଭାରତରେ ବ୍ରିଟିଶ ପେଟ୍ରୋଲିୟମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ରହିଛି । ଅନେକ ପୁଞ୍ଜି ନିବେଶ ଏବଂ ପ୍ରାୟ ପ୍ରାୟ 7,500 ଲୋକ ତେଲ , ଗ୍ୟାସ, ପେଟ୍ରୋକେମିକାଲ ଭଳି ବ୍ୟବସାୟରେ ନିୟୋଜିତ ଅଛନ୍ତି । ବିଟ୍ରିଶ ପେଟ୍ରୋଲିୟମ ଭାରତର ବୃହତ୍ତମ ଅନ୍ତରାଷ୍ଟ୍ରୀୟ ଏନାର୍ଜି କମ୍ପାନୀଗୁଡିକ ମଧ୍ୟରୁ ଅନ୍ୟମତ ।

ABOUT THE AUTHOR

...view details