ନୂଆଦିଲ୍ଲୀ: ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟବସାୟୀଙ୍କୁ ଋଣ ପ୍ରବାହ ବଢାଇବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଆହ୍ବାନ ଦେଇଛନ୍ତି ।
ଆର୍ଥିକ ସେକ୍ଟର ସହ ସମ୍ବନ୍ଧିତ ବଜେଟ ପ୍ରସ୍ତାବ ଉପରେ ଏକ ୱେବିନାରକୁ ସମ୍ବୋଧିତ କରି ପିଏମ କହିଛନ୍ତି କି ଆର୍ଥିକ ଉତ୍ପାଦକୁ ଫିନଟେକ ଓ ଷ୍ଟାର୍ଟଅପର ଆବଶ୍ୟକତାର ଅନୁଯାୟୀ ହେବା ଦରକାର । ମୋଦି କହିଛନ୍ତି କି, ଯଦିଓ ସରକାର ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ କରୁଛନ୍ତି , କିନ୍ତୁ ବ୍ୟାଙ୍କିଙ୍ଗ ଓ ବୀମା କ୍ଷେତ୍ରରେ ସରକାରଙ୍କ ଉପସ୍ଥିତି ଜରୁରୀ ରହିଛି ।