ଓଡିଶା

odisha

ETV Bharat / business

ଅନେକ ରିଟେଲ ଇ-କମର୍ସ କମ୍ପାନୀ କିଣିବା ଲକ୍ଷ୍ୟରେ ମୁକେଶ ଅମ୍ବାନୀ - ମୁକେଶ ଅମ୍ବାନୀ ରିଟେଲ ଇ-କମର୍ସ କମ୍ପାନୀ

ଖୁଚୁରା ବଜାରରେ କାରବାରକୁ ସୁଦୃଢ ସହ ବିସ୍ତାର କରିବା ଲକ୍ଷ୍ୟରେ ମୁକେଶ ଅମ୍ବାନୀ । ଏଥିପାଇଁ ଅନେକ ଖୁଚୁରା ଇ-କମର୍ସ କମ୍ପାନୀ କିଣି ଅନ୍ୟ ପ୍ରମୁଖ କମ୍ପାନୀକୁ କଡା ଟକ୍କର ଦେବାକୁ କରୁଛନ୍ତି ପ୍ରସ୍ତୁତି । ଅଧିକ ପଢନ୍ତୁ..

ଅନେକ ରିଟେଲ ଇ-କମର୍ସ କମ୍ପାନୀ କିଣିବା ଲକ୍ଷ୍ୟରେ ମୁକେଶ ଅମ୍ବାନୀ
ଅନେକ ରିଟେଲ ଇ-କମର୍ସ କମ୍ପାନୀ କିଣିବା ଲକ୍ଷ୍ୟରେ ମୁକେଶ ଅମ୍ବାନୀ

By

Published : Aug 18, 2020, 7:11 PM IST

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଅନେକ ଇ-କମର୍ସ କମ୍ପାନୀକୁ ଅଧିଗ୍ରହଣ କରି ଖୁଚୁରା କ୍ଷେତ୍ର (ରିଟେଲ ସେକ୍ଟର)ରେ ନିଜ କାରବାରକୁ ବିସ୍ତାର ପାଇଁ ପ୍ରସ୍ତୁତି କରୁଛନ୍ତି । ଏହାକୁ ଭାରତର ହଟ ଇ-କମର୍ସ ଖୁଚୁରା ବଜାର ପାଇଁ ଆମାଜନ ସହ ଚାଲିଥିବା ଲଢେଇର ଆଗୁଆ ପଦକ୍ଷେପ ଭାବେ ଦେଖାଦେଇଛି ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଏଲ) ଫର୍ଣ୍ଣିଚର ଆଉଟଲେଟ, ଅର୍ବନ ଲ୍ୟାଡର, ଲଗ୍ଜରୀ ବ୍ରାଣ୍ଡ, ଜିଭାମେ ଏବଂ ଅନଲାଇନ ଫାର୍ମା ଷ୍ଟୋର, ନେଟମେଡସ ସେୟାର କିଣିବା ବା ଏହାକୁ ଅଧିଗ୍ରହଣ ପାଇଁ ଆଲୋଚନା କରୁଛି ।

ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଭାମେ (Zivame)ପାଇଁ 160 ମିଲିୟନ ଡଲାର ଦେଇପାରେ । ସେହିପରି Urban Ladder ଡିଲ 30 ମିଲିୟନ ଡଲାରରେ ଏବଂ ନେଟମେଡସ 120 ମିଲିୟନ ଡଲାରରେ ହୋଇପାରେ।

ଏହା ବ୍ୟତୀତ ରିଲାଏନ୍ସ ଦୁଗ୍ଧ ବିତରଣ କମ୍ପାନୀ ମଧ୍ୟ ମିଲ୍କବାସ୍କେଟ କିଣି ପାରେ। ଏ ନେଇ ଟାର୍ଗେଟ ରହିଛି । ଜିଓ ପ୍ଲାଟଫର୍ମରେ ଅଂଶଧନ ବିକ୍ରି କରି ଅମ୍ବାନୀ 20 ବିଲିୟନ ଡଲାରରୁ ଅଧିକ ଏକଜୁଟ କରିଛନ୍ତି।

କୁହାଯାଉଛି ଯେ କିଶୋର ବିୟାନୀଙ୍କ ଫ୍ୟୁଚର ଗ୍ରୁପର ଖୁଚୁରା ସମ୍ପତ୍ତିର କିଛି ଅଂଶ ଅଧିଗ୍ରହଣ ପାଇଁ ମଧ୍ୟରେ ଆରଆଇଏଲ ପ୍ରସ୍ତୁତ ହେଉଛି। ଫ୍ୟୁଚର ଗ୍ରୁପ୍‌ର ଖୁଚୁରା ବ୍ୟବସାୟ ଅଧିଗ୍ରହଣ ନେଇ ଏକ ଚୁକ୍ତିନାମା ଉପରେ ପ୍ରସାର ହେଉଥିବା ଗୁଜବ ତଥା ଏହା ଉପରେ ମନ୍ତବ୍ୟ ଦେବାକୁ ଅସମର୍ଥ ବୋଲି ଆରଆଇଏଲ ପୂର୍ବରୁ ସ୍ପଷ୍ଟ କରିଛି।

ABOUT THE AUTHOR

...view details