ଓଡିଶା

odisha

ETV Bharat / business

ବିଶ୍ବର ସବୁଠୁ ଧନୀ ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀ - ମୁକେଶ ଅମ୍ବାନୀ

ବଢିଲା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି । ୧୦୦ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ବର ସବୁଠୁ ଧନୀ ତାଲିକାରେ ସାମିଲ ହେଲେ ମୁକେଶ । ଅଧିକ ପଢନ୍ତୁ...

ବିଶ୍ବର ସବୁଠୁ ଧନୀ ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀ
ବିଶ୍ବର ସବୁଠୁ ଧନୀ ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀ

By

Published : Oct 10, 2021, 7:46 AM IST

ନୂଆଦିଲ୍ଲୀ:ଅଧିକ ଧନୀ ହେବାରେ ଲାଗିଛନ୍ତି ଏସିଆର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀ । ପ୍ରଥମ ଭାରତୀୟ ଭାବେ ୧୦୦ ବିଲିୟନ କ୍ଲବରେ ପ୍ରବେଶ କରିଛନ୍ତି ମୁକେଶ । ସେ ବର୍ତ୍ତମାନ ବିଶ୍ବର ସବୁଠୁ ଧନୀ ତାଲିକାରେ ସାମିଲ ହୋଇଛନ୍ତି ଏବଂ ଦୁନିଆର ୧୧ତମ ଧନୀ ଶିଳ୍ପପତିରେ ପରିଣତ ହୋଇଛନ୍ତି ।

Bloomberg Billionaire Index ମୁତାବକ, ଶୁକ୍ରବାର ରିଲାଏନ୍ସ ଇଣ୍ଡଷ୍ଟ୍ରୀର ସେୟାର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଏହି ବଡ ବୃଦ୍ଧି ସହ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୧୦୦ ବିଲିୟନ ଡଲାର ପାର୍ କରିଛି । ଏହିପରି ଭାବେ ସେ ୧୦୦ ବିଲିୟନ ଡଲାରରୁ ଅଧିକ ନେଟୱାର୍ଥ ସମ୍ପନ୍ନ ବିଶ୍ବରର ଧନୀ ତାଲିକାରେ ସ୍ଥାନ ପାଇଛନ୍ତି ।

କହିରଖୁଛୁ କି, ଏହି ୧୦୦ ବିଲିୟନ କ୍ଲବରେ, ମାର୍କ ଜୁଗରବର୍ଗ, ଜେଫ୍ ବୋଜେସ, ବିଲ୍ ଗେଟସ୍, ଏଲନ ମସ୍କ ରହିଛନ୍ତି ଏବଂ ଟେଲସା ପ୍ରତିଷ୍ଠାତା ଏଲନ ମସ୍କ ଲିଷ୍ଟର ଶୀର୍ଷରେ ଅଛନ୍ତି । ତାଙ୍କର Net worth ୨୨୨ ବିଲିୟନ ଡଲାର ଅଟେ । ସେହିପରି ଲିଷ୍ଟରରେ ଦ୍ବିତୀୟ ସ୍ଥାନରେ ଆମାଜନର ଜେଫ୍ ବୋଜେସଙ୍କ ନାମ ରହିଛି । ଜେଫଙ୍କ ସମ୍ପତ୍ତି ୧୯୧ ବିଲିୟନ ଡଲାର ଅଟେ । ତାଙ୍କ ପଛକୁ ରହିଛନ୍ତି ବର୍ନାଡ ଆର୍ନଲ୍ଟ ଓ ବିଲ୍ ଗେଟ୍ । ଆଉ ଏବେ ଏହି ତାଲିକାରେ ଭାରତର ଏକମାତ୍ର ବିତ୍ତଶାଳୀ ଭାବେ ମୁକେଶ ଅମ୍ବାନୀ ଯୋଡି ହୋଇଛନ୍ତି ।

ସେପଟେ ବ୍ଲୁମବର୍ଗ ଇଣ୍ଡେକ୍ସରେ ଶିଳ୍ପପତି ଗୌତମ ଅଦାନୀ ଟପ୍ ୧୫ ମଧ୍ୟରେ ରହିଛନ୍ତି । ଅଦାନୀଙ୍କ Networth ୭୩.୩ ବିଲିୟନ ଡଲାରର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details