ନୂଆଦିଲ୍ଲୀ: ନିକଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜରେ ଏମଏସଏମଇର ପରିଭାଷାରେ ପରିବର୍ତ୍ତନ କରାଯାଇଥିଲା । ଏବେ ପୁଣି ସରକାର ଏଥିରେ ଅନ୍ତଭୁକ୍ତ ମଧ୍ୟମ ଉଦ୍ୟୋଗ ପରିଭାଷାର ନୂଆ ସମୀକ୍ଷା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ।
ମଧ୍ୟମ ବର୍ଗର ଉଦ୍ୟୋଗର ନିବେଶ ସୀମା ବଢାଇ 50 କୋଟି ଟଙ୍କା ଓ କାରବାର ସୀମା 200 କୋଟି କରିବାକୁ ଗଡକରୀଙ୍କ ପ୍ରସ୍ତାବ ପଠାଇଛନ୍ତି । ତେବେ ଏ ସମ୍ବନ୍ଧରେ ଆଦେଶ ଜାରି କରାଯିବ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜକୁ ଘୋଷଣା କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମଏସଏମଇ ଉଦ୍ୟୋଗର ପରିଭାଷାରେ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ ।