ଓଡିଶା

odisha

By

Published : Mar 29, 2021, 4:37 PM IST

ETV Bharat / business

ମାର୍ଚ୍ଚ 31 ଶେଷ ତାରିଖ, ଜାଣନ୍ତୁ କିଭଳି ପାନ୍‌ ସହ କରିବେ ଆଧାର ଲିଙ୍କ

ପାନ୍ ସହ ଆଧାର ଲିଙ୍କ କରିନାହାନ୍ତି, ତେବେ ଖୁବଶୀଘ୍ର କରନ୍ତୁ । ନିମ୍ନଲିଖିତ ପ୍ରକ୍ରିୟାରେ ସଂଯୋଗ କରନ୍ତୁ ପାନ ସହ ଆଧାର କାର୍ଡ , ଆଉ ପାଆନ୍ତୁ ବିଭିନ୍ନ ସୁବିଧା ...

ମାର୍ଚ୍ଚ 31 ଶେଷ ତାରିଖ,  ଜାଣନ୍ତୁ କିଭଳି ପାନ୍‌ ସହ କରିବେ ଆଧାର ଲିଙ୍କ
ମାର୍ଚ୍ଚ 31 ଶେଷ ତାରିଖ, ଜାଣନ୍ତୁ କିଭଳି ପାନ୍‌ ସହ କରିବେ ଆଧାର ଲିଙ୍କ

ନୂଆଦିଲ୍ଲୀ: ଯଦି ଆପଣ ପାନ୍‌ କାର୍ଡ ସହ ଆଧାର ନମ୍ବର ଲିଙ୍କ କରିନାହାନ୍ତି । ତେବେ ହାତରେ ରହିଛି ମାତ୍ର ଆଉ 2 ଦିନ ଯଦି 2021 ମାର୍ଚ୍ଚ 31 ସୁଦ୍ଧା ଆପଣ ପାନ୍ ସହ ଆଧାର ଲିଙ୍କ କରିବେ ନାହିଁ ତେବେ ଦେବାକୁ ହେବ ପୂରା ହଜାରେ ଟଙ୍କା ଜୋରିମାନା । ଏହା ବାଦ ଆପଣଙ୍କ ପାନ କାର୍ଡ ମଧ୍ୟ ଅବୈଧ ହେବ ।

2021 ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା କେନ୍ଦ୍ର ବଜେଟରେ ପାନ ସହ ଆଧାର କାର୍ଡ ଲିଙ୍କ ବାଧ୍ୟମତାମୂଳକ ବୋଲି ଘୋଷଣା କରିଥିଲ । ପୂର୍ବରୁ 2020 ଜୁନ 30 ଯାଏଁ ଆଧାର ସହ ପାନ ଲିଙ୍କ କରିବାକୁ ଧାର୍ଯ୍ୟ ହୋଇଥିଲେ ବି କୋଭିଡ- 19 ମହାମାରୀ ଯୋଗୁଁ ସରକାର ଏହି ଅବଧିକୁ 2021 ମାର୍ଚ୍ଚ 31 ଯାଏଁ ବଢାଇଥିଲେ ।

ସମୟସୀମା ଶୀଘ୍ର ପାଖେଇ ଆସୁଥିବା ବେଳେ ଇଟିଭି ଭରତ ଆପଣଙ୍କୁ ଜଣାଇବ କିଭରି ସହଜରେ ପାନ ଓ ଆଧାର ସଂଯୋଗ କରିବେ ..

କିଭଳି ଆଧାର ସହ ଲିଙ୍କ କପରିବେ ପାନ କାର୍ଡ-

ଆପଣ ଆଧାର ସହ ପାନ କାର୍ଡ ସଂଯୋଗ ପାଇଁ ଆୟକର ବିଭାଗର ୱେବସାଇଟ ଯାଇପାରିବେ, ଯାହା ଇ-ରିଟର୍ଣ୍ଣ ଭରଣ ଓ ଅନଲାଇନ ଟିକସ ପେମେଣ୍ଟ ପାଇଁ ବ୍ୟବହୃତ ହୁଏ ।

ଏଥିପାଇଁ ଆୟକର ବିଭାଗର ହୋମ ପେଜ - https://www.incometaxindiaefiling.gov.in/home ରେ ଭିଜିଟ କରିବାକୁ ହେବ । ଏଥିରେ ବାମ ପାର୍ଶ୍ବରେ ‘Quick Links’ ଆପଣଙ୍କୁ ଅପ୍ସନ ମିଳିବ । ଏହା ତଳେ ଆପଣ ‘Link Aadhaar’ ଦେଖିପାରିବେ । ଏହି ଲିଙ୍କରେ କ୍ଲିକ କରିବା ପରେ ଆପଣଙ୍କ ସ୍କ୍ରିନ ଉପରେ ଏକ ନୂଆ ପେଜ ଖୋଲି ସାମ୍ନାକୁ ଆସିଯିବ । ଏଠାରେ ଆପଣଙ୍କୁ ନିଜ ଆଧାର ନମ୍ବର , ପାନ କାର୍ଡ ଓ କିଛି ବ୍ୟକ୍ତିଗତ ସୂଚନା ଭରିବାରୁ ପଡିବ । ଏହା ପରେ ସମିଟ ବଟନ ଉପରେ କ୍ଲିକ କରିବା କ୍ଷଣି ଆପଣଙ୍କ ପାନ କାର୍ଡ ଆଧାର ସହ ଲିଙ୍କ ହୋଇଯିବ ।

ତେବେ ମନେ ରଖନ୍ତୁ , ଆଧାରଣ କାର୍ଡ ଅନୁସାରେ ଆପଣ ନିଜ ନାଁ ଏଥିରେ ଫିଲଅପ କରିବେ । ସତର୍କକତା ସହ କୌଣସି ସ୍ପେଲିଂ ମିଷ୍ଟେକ ନ କରି ନାଁ ଭରିବେ ।

ଏସଏମଏସ ଜରିଆରେ ବି କରିପାରିବେ ସଂଯୋଗ

ଆୟକର ବିଭାଗ ମଧ୍ୟ ପାନ ସହିତ ଆଧାରକୁ ସଂଯୋଗ କରିବା ପାଇଁ ଏହି ସରଳ ସୁବିଧା ଉପଲବ୍ଧ କରାଇଛି, ଯାହା ଆୟକର ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ ଅଟେ ।

ଆପଣ ବାସ ନିଜ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରରୁ ଏସଏମସ କିମ୍ବା ଟେକ୍ଟ ମେଜେଜ ପଠାଇପାରିବେ । ଏଥିପାଇଁ ନିମ୍ନଲିଖିତ ଫର୍ମାଟକୁ ଅନୁକରଣ କରିବେ ।

UIDPAN ଟାଇପ କରନ୍ତୁ, ତା ପରେ ସ୍ପେଶ ଦେଇ 12 ନମ୍ବର ବିଶିଷ୍ଟ ଆଧାର ନମ୍ବର ଏବଂ ପରେ ପୁଣି ସ୍ପେଶ ଦେଇ 10 ନମ୍ବର ବିଶିଷ୍ଠ ପାନ ନମ୍ବର ଟାଇପ କରନ୍ତୁ ।

ଏହା ପରେ ଆପଣ ଏହାକୁ 567678 କିମ୍ବା 56161 ନମ୍ବରକୁ ଆପଣଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରରୁ ପଠାନ୍ତୁ ।

ଯଦି ଲିଙ୍କ କରିବେନି ବନ୍ଦ ହେବ ଏହି ସୁବିଧା

ଯଦି ଆପଣ 2021 ମାର୍ଚ୍ଚ 31 ସୁଦ୍ଧା ପାନ କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବେ ନାହିଁ , ତେବେ ଆପଣଙ୍କ ପାନ କାର୍ଡ ନିଷ୍କ୍ରିୟ ହୋଇଯିବ । ଏଥିସହ ବହୁ ସୁବିଧାରୁ ଆପଣ ବଞ୍ଚିତ ହେବେ ।

ଏଭଳି ସ୍ଥିତିରେ ଆପଣ କୌଣସି ମଧ୍ୟ ବ୍ୟାଙ୍କରେ ଖାତା ଖୋଲିପାରିବେ ନାହିଁ । ବୈଧ ପାନ ବିନା ଆପଣ ଆୟକର ରିଟର୍ଣ୍ଣ ଫାଇଲ କରିପାରେବ ନାହିଁ । ନେଣଦେଣପରେ ସମସ୍ୟା ଭୋଗିବାକୁ ପଡିପାରେ ।

ଆପଣ କୌଣସି ପ୍ରକାର ସ୍କଲାରସିପ, ସରକାରୀ ଯୋଜନା ଏବଂ ସବସିଡିର ଲାଭ ଉଠାଇପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details