ନୂଆଦିଲ୍ଲୀ: ବନ୍ଦ ହୋଇଥିବା ପଲିସିକୁ ପୁଣି ଥରେ ଆରମ୍ଭ କରିବ ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ (ଏଲଆଇସି) । ବର୍ତ୍ତମାନର ସଙ୍କଟ ସମୟରେ ରିସ୍କ କଭରକୁ ଜାରି ରଖିବାକୁ ପ୍ରୋତ୍ସାହିତ କରିବା ପାଇଁ ପଲିସିଧାରୀଙ୍କୁ ଏଥିଲାଗି ସୁଯୋଗ ଦେବ ଏଲଆଇସି ।
ବୀମା କମ୍ପାନୀ ଅଗଷ୍ଟ10 ରୁ ଅକ୍ଟୋବର 9 ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ରିଭାଇବଲ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଯାହା ଅଧୀନରେ LIC ର ବନ୍ଦ ହୋଇଥିବା ବ୍ୟକ୍ତିଗତ ପଲିସି ପୁଣି ଥରେ ଆରମ୍ଭ ହୋଇପାରିବ ।