ଓଡିଶା

odisha

ETV Bharat / business

LIC IPO: ନିବେଶ ପୂର୍ବରୁ ପଲିସିଧାରକ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା - ଏଲଆଇସି ଆଇପିଓ

ମାର୍ଚ୍ଚରେ ଦେଶର ସର୍ବବୃହତ୍ ଆଇପିଓ ଆଣିବ ଭାରତୀୟ ଜୀବନ ବୀମା ନିଗମ(LIC) । ଏଲଆଇସିର ଆଇପିଓରେ ସେୟାରର 10 ପ୍ରତିଶତ ଅଂଶ ଏହାର ପଲିସିଧାରକଙ୍କ ପାଇଁ ସଂରକ୍ଷିତ ରହିବ । ଯଦି ଆପଣ LIC ପଲିସିଧାରକ ଅଟନ୍ତି ଏବଂ IPOରେ ଆଇପିଓରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ତେବେ ଏହିସବୁ ଗୁରୁତ୍ବପୂର୍ଣ୍ଣ ସୂଚନା ସମ୍ପର୍କରେ ଜାଣିରଖିବା ଜରୁରୀ ।

LIC IPO: ନିବେଶ ପୂର୍ବରୁ ପଲିସିଧାରକ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା
LIC IPO: ନିବେଶ ପୂର୍ବରୁ ପଲିସିଧାରକ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା

By

Published : Feb 27, 2022, 2:29 PM IST

ହାଇଦ୍ରାବାଦ: ଦେଶର ସର୍ବବୃହତ୍ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(LIC of India) ଆଇପିଓ(ପ୍ରାରମ୍ଭିକ ସର୍ବସାଧାରଣ ଅଫର) ଆଣିବାକୁ ପ୍ରସ୍ତୁତ ହେଉଛି । ମାର୍ଚ୍ଚରେ ଭାରତର ସୁବୁଠ ବଡ ଆଇପିଓ (IPO) ଲଞ୍ଚ LIC । ଆଇପିଓ ପାଇଁ କମ୍ପାନୀ ପ୍ରାରମ୍ଭିକ ଦସ୍ତାବିଜ ଗୁଡିକ ସେବି(SEBI) ନିକଟରେ ଦାଖଲ କରିସାରିଛି । LIC ଆଇପିଓରେ ଶେୟାରର 10 ପ୍ରତିଶତ ଅଂଶ ଏହାର ପଲିସିଧାରକଙ୍କ ପାଇଁ ସଂରକ୍ଷିତ ରହିବ ।

ଏତଦ୍ ବ୍ୟତୀତ ଶେୟାର ମୂଲ୍ୟ ଉପରେ ବୀମାଧାରକ 5 ରୁ10 ପ୍ରତିଶତ ରିହାତି ପାଇବେ ବୋଲି ଆଶା କରାଯାଉଛି । ହେଲେ ଆପଣ ଜାଣନ୍ତି କି ପଲିସିଧାରକ, ଯେଉଁମାନେ ପ୍ରିମିୟମ ଭରୁଛନ୍ତି ସେମାନେ କିପରି LICରେ ଶେୟାରହୋଲ୍ଡର(shareholders) ହୋଇପାରବେ ଏବଂ ରିହାତି ପାଇପାରିବେ ? ଏଲଆଇସି IPOରେ ଅଂଶଗ୍ରହଣ ପାଇଁ ପଲିସିଧାରକଙ୍କୁ ନିମ୍ନଲିଖିତ ମାନଦଣ୍ଡ ପୁରା କରିବା ଦରକାର ।

ଯଦି ଆପଣ LIC ପଲିସିଧାରକ ଅଟନ୍ତି ଏବଂ IPOରେ ଆଇପିଓରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ, ପ୍ରଥମେ ଆପଣଙ୍କୁ ନିଜର PAN(permanent account number) LIC ପଲିସି ସହ ସଂଶ୍ଲିଷ୍ଟ କରନ୍ତୁ । ପଲିସି ସହ ଆଧାର ଯୋଡ଼ିବା ଦ୍ବାରା ଅନଲାଇନ ନେଣଦେଣ ସହଜ ହୋଇଥାଏ । ଲାଇଫ୍ ଇନସ୍ୟୁରାନ୍ସ ପଲିସି ନେବା ପାଇଁ ଯଦିଓ PAN ବାଧ୍ୟତାମୂଳକ ନୁହେଁ, ହେଲେ ନିଜ ପଲିସିଧାରକଙ୍କୁ ଶେୟାର ବାଣ୍ଟିବା କ୍ଷେତ୍ରରେ PANକୁ LIC ମାନଦଣ୍ଡ ଭାବେ ଗ୍ରହଣ କରିଛି । ତେଣୁ ଆଇପିଓରେ ସାମିଲ ହେବାକୁ ଚାହୁଁଥିଲେ PAN ରେଜିଷ୍ଟର କରିବା ଜରୁରୀ ।

ପ୍ରଥମତଃ ଆପଣ LIC ୱେବସାଇଟ https://licindia.in/website ଯାଆନ୍ତୁ । ସେଠାରେ online PAN registration ନାମକ ଏକ ଲିଙ୍କ୍ ମିଳିବ । ଏଥିରେ କ୍ଲିକ୍ କରନ୍ତୁ ଏବଂ ଦିଆଯାଇଥିବା ସୂଚନା ଗୁଡିକ ଭଲ ଭାବେ ପଢନ୍ତୁ । ଏହାପରେ OTP ମାଧ୍ୟମରେ ପ୍ରାଧିକରଣ ପାଇଁ ଆବଶ୍ୟକୀୟ ବିବରଣୀ ଦିଅନ୍ତୁ । ଏହାପୂର୍ବରୁ LIC ୱେବସାଇଟରେ ଆପଣଙ୍କ ପଲିସି ନମ୍ବର ଆଧାରରେ ଗୋଟିଏ ଅନଲାଇନ ୟୁଜର ଆକାଉଣ୍ଟ ଖୋଲନ୍ତୁ ।

IPOରେ ସେୟାର ପାଇଁ ନିବେଦନ କରିବାକୁ ହେଲେ Demat account ଆବଶ୍ୟକ । ଅନୁରୂପ ଭାବେ PAN, ଆଧାର, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମଧ୍ୟ ଜରୁରୀ । ବର୍ତ୍ତମାନ Demat account ଖୋଲିବା ଖୁବ୍ ସହଜସାଧ୍ୟ ଅଟେ । ଯଦି ଆପଣଙ୍କ ଏହି account ନାହିଁ, ତେବେ ଷ୍ଟକବ୍ରୋକରଙ୍କ ଜରିଆରେ ଯଥାଶୀଘ୍ର ଏହାକୁ ଖୋଲନ୍ତୁ । ନିକଟସ୍ଥ କମନ ସର୍ଭିସ ସେଣ୍ଟର ଯାଇଁ ମଧ୍ୟ Demat account ଖୋଲିପାରିବେ ।

ପ୍ରକାଶଥାଉ କି, ଆର୍ଥିକ ବର୍ଷ 2021-22 ବଜେଟରେ ଏଲଆଇସିର ଆଇପିଓ (ପ୍ରାରମ୍ଭିକ ସର୍ବସାଧାରଣ ଅଫର) ମାର୍ଚ୍ଚରେ ଆସିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ । ଏହି ଆଇପିଓ ଜରିଆରେ ସରକାର ୬୫ ହଜାର କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି । ଅର୍ଥାତ୍ ସରକାର ଏଲଆଇସି ଆଇପିଓ ଲଞ୍ଚ କରି ୫ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି ।

ABOUT THE AUTHOR

...view details