ଓଡିଶା

odisha

ETV Bharat / business

ଆସିଲା ଜିଓର ଭାରତୀୟ ମୋବାଇଲ ବ୍ରାଉଜର ‘ଜିଓ ପେଜେସ’ - ଭାରତୀୟ ମୋବାଇଲ ବ୍ରାଉଜର

8ଟି ଭାଷାରେ କାମ କରିବାକୁ ସକ୍ଷମ ଜିଓ ପେଜେସ । ଗ୍ରାହକଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖିବା ସହ ସେମାନଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭବ ପ୍ରଦାନ କରିବ । ଅଧିକ ପଢନ୍ତୁ..

ଆସିଲା ଜିଓର ଭାରତୀୟ ମୋବାଇଲ ବ୍ରାଉଜର ‘ଜିଓ ପେଜେସ ’
ଆସିଲା ଜିଓର ଭାରତୀୟ ମୋବାଇଲ ବ୍ରାଉଜର ‘ଜିଓ ପେଜେସ ’

By

Published : Oct 22, 2020, 6:42 PM IST

ନୂଆଦିଲ୍ଲୀ: ଭାରତରେ ବିକଶିତ ମୋବାଇଲ ବ୍ରାଉଜର ‘ଜିଓ ପେଜେସ’ ଆଣିଲା ରିଲାଏନ୍ସ ଜିଓ । ଏହା 8ଟି ଭାରତୀୟ ଭାଷାରେ ଉପଲବ୍ଧ ।

କମ୍ପାନୀ ଦାବି କରିଛି କି, ଏହା ଦ୍ବାରା ଗ୍ରାହକଙ୍କ ପ୍ରାଇଭେସିକୁ ଧ୍ୟାନରେ ରଖାଯାଇଛି । ଏଥିସହ ସେମାନଙ୍କୁ ଭଲ ବ୍ରାଉଜିଙ୍ଗ ଅନୁଭବ ପ୍ରଦାନ କରାଯିବ । ଏହା ଇଂରାଜୀ ବ୍ୟତିତ ହିନ୍ଦୀ, ମରାଠୀ, ତାମିଲ, ଗୁଜୁରାଟୀ, ତେଲୁଗୁ, ମାଲାୟଲମ, କନ୍ନଡ ଓ ବଙ୍ଗାଳୀ ଭାଷାରେ କାମ କରିବାକୁ ସକ୍ଷମ ।

କମ୍ପାନୀର ଏକ ସୂତ୍ର ନ୍ୟୁଜ ଏଜେନ୍ସି ପିଟିଆଇକୁ ଜଣାଇଛି ଯେ, ମଙ୍ଗଳବାର ଠାରୁ ଗୁଗୁଲ ପ୍ଲେଷ୍ଟୋରରେ ଏହାର ଅପଗ୍ରେଡ୍ ସଂସ୍କରଣ ଉପଲବ୍ଧ ହୋଇଛି | ସୂଚନାନୁସାରେ, ଏହାକୁ କ୍ରୋମିୟମ ବ୍ଲିଙ୍କ ଇଞ୍ଜିନରେ ବିକଶିତ କରାଯାଇଛି ।

ଦ୍ରୁତ ଇଞ୍ଜିନ ସ୍ଥାନାନ୍ତରଣ ସହ ଏହା ଗ୍ରାହକଙ୍କୁ ଏକ ଉତ୍ତମ ବ୍ରାଉଜିଂ ଅଭିଜ୍ଞତା ପ୍ରଦାନ କରେ | ଏଥିସହ ଖୁବ ଶୀଘ୍ର ୱେବ ପୃଷ୍ଠାଗୁଡ଼ିକୁ ଲୋଡ କରିଥାଏ | ଏହା ବ୍ୟତୀତ, ଏହା ପ୍ରଭାବଶାଳୀ ମିଡିଆ ଷ୍ଟ୍ରିମିଂ, ଇମୋଜି ଡୋମେନକୁ ସମର୍ଥନ ଏବଂ ପାସୱାର୍ଡରେ ଇଣ୍ଟରନେଟ ସଂଯୋଗ (encrypted connection) ମଧ୍ୟ ପ୍ରଦାନ କରେ |

ଜିଓର ପ୍ରବକ୍ତା ମଧ୍ୟ କମ୍ପାନୀର ଏହି ନୂଆ ବ୍ରାଉଜର ଉପସ୍ଥାପନକୁ ନେଇ ନିଶ୍ଚିତ କରିଛନ୍ତି । ତେବେ ଏହା ବିଷୟରେ ଅଧିକ ସୂଚନା ଦେବାକୁ ମନା କରିଛନ୍ତି । ତଥ୍ୟ ଅନୁସାରେ କମ୍ପାନୀର ପୁରୁଣା ବ୍ରାଉଜରକୁ ହିଁ ଗୁଗୁଲ ପ୍ଲେ ଷ୍ଟୋରରେ 1.4 କୋଟିରପ ଅଧିକ ଥର ଡାଉନଲୋଡ କରାଯାଇଛି ।

ABOUT THE AUTHOR

...view details