ଓଡିଶା

odisha

By

Published : Jun 9, 2020, 3:10 PM IST

ETV Bharat / business

ବାତ୍ୟା ନିସର୍ଗରେ କ୍ଷତିଗ୍ରସ୍ତ କି ? ଆପଣଙ୍କ ପାଇଁ ଏହି ଖବର

ବାତ୍ୟା ନିସର୍ଗରେ ପ୍ରଭାବିତ ହୋଇଥିବା ବୀମାଧାରକଙ୍କ ଦାବି ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର । ଇନ୍ସୁରାନ୍ସ କଣ୍ଟ୍ରୋଲ କରୁଥିବା ଇରଡା, ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ..

Cyclone Nisarga
ବାତ୍ୟା ନିସର୍ଗରେ କ୍ଷତିଗ୍ରସ୍ତ କି ? ତେବେ ଆପଣଙ୍କ ପାଇଁ ଏହି ଖବର

ନୂଆଦିଲ୍ଲୀ: ବାତ୍ୟା ନିସର୍ଗରେ ପ୍ରଭାବିତଙ୍କ ଦାବି ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଇରଡା (ଇନ୍ସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ) । ନିସର୍ଗ ମାଡରେ ମହାରାଷ୍ଟ୍ର ଓ ଗୁଜୁରାଟ ସମେତ କିଛି ପଡୋଶୀ ରାଜ୍ୟର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ।

ଇରଡା ଏହାର ସର୍କୁଲାରରେ କହିଛନ୍ତି ଯେ କମ୍ପାନୀଗୁଡିକ ସମାଧାନ ପ୍ରକ୍ରିୟା ଶେଷ କରିବାକୁ ତୁରନ୍ତ ପଞ୍ଜୀକରଣ ଏବଂ ଯୋଗ୍ୟ ଦାବିଗୁଡିକର ସମାଧାନ ପାଇଁ ପଦକ୍ଷେପ ନେବା ଉଚିତ । ଯାହାଦ୍ୱାରା ପ୍ରଭାବିତ ଲୋକଙ୍କ ସମସ୍ୟା ଦୂର ହେବ ।

ଇରଡା କହିଛି ଯେ, ପ୍ରଭାବିତ ରାଜ୍ୟରେ ନୋଡାଲ ଅଫିସର ଭାବରେ କାର୍ଯ୍ୟ କରିବା ପାଇଁ କମ୍ପାନୀଗୁଡିକ ଜଣେ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରିବା ଦରକାର । ଏହି ନୋଡାଲ ଅଧିକାରୀଙ୍କ କାର୍ଯ୍ୟ ଯୋଗ୍ୟ ଦାବିଗୁଡିକ ଗ୍ରହଣ, ସେମାନଙ୍କର ପ୍ରକ୍ରିୟା ସମାପ୍ତ ଏବଂ ଦାବିଗୁଡିକର ସମାଧାନ ପାଇଁ ସମନ୍ୱୟ ରକ୍ଷା କରିବା ହେବ ।

ଯଦି କାହାର ମୃତ୍ୟୁ ସହ ଜଡିତ ଦାବି ଆସେ ଏବଂ ମୃତଦେହ ମିଳିନଥିବାରୁ କୌଣସି ପ୍ରମାଣପତ୍ର ଉପଲବ୍ଧ ନଥିବ, ତେବେ ଜାମ୍ମୁକାଶ୍ମୀରର ବନ୍ୟା ପରିସ୍ଥିତି, କିମ୍ବା ନିକଟରେ ଆସିଥିବା ବନ୍ୟା ଏବଂ ବାତ୍ୟା ସମୟରେ ଗ୍ରହଣ କରାଯାଇଥିବା ପ୍ରକ୍ରିୟାକୁ ଏଭଳି ମାମଲାରେ ପାଳନ କରିବା ଦରକାର ବୋଲି ଇରଡା ପରାମର୍ଶ ଦେଇଛି ।

ତେବେ କୋଭିଡ-19 ସଙ୍କଟକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ବୀମାଧାରକଙ୍କୁ ଅନଲାଇନ କିମ୍ବା ଇଲୋକ୍ଟ୍ରନିକ ମାଧ୍ୟମରେ ଦାବି ସାମାଧାନ ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଇରଡା ଏଭଳି ନିର୍ଦ୍ଦେଶ ଅମ୍ଫାନ ସମୟରେ ମଧ୍ୟ ଜାରି କରିଥିଲା ।

ABOUT THE AUTHOR

...view details