ଓଡିଶା

odisha

By

Published : Apr 17, 2021, 10:22 PM IST

ETV Bharat / business

ରେକର୍ଡ କଲା ବିଦେଶୀ ମୁଦ୍ରା ଭଣ୍ଡାର, ବଢିଲା 1.04 ଅରବ ଡଲାର

ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧିର ପ୍ରକ୍ରିୟା ଜାରି ରହିଛି । ଏହି ମାସର 18 ତାରିଖରେ ସମାପ୍ତ ସପ୍ତାହରେ ଭଣ୍ଡାର 1.039 ଅରବ ଡଲାର ବଢି 440.751 ଅରବ ଡଲାର ପାଖାପାଖି ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ରେକର୍ଡ କଲା ବିଦେଶୀ ମୁଦ୍ରା ଭଣ୍ଡାର, ବଢି 1.04 ଅରବ ଡଲାର
ରେକର୍ଡ କଲା ବିଦେଶୀ ମୁଦ୍ରା ଭଣ୍ଡାର, ବଢି 1.04 ଅରବ ଡଲାର

ମୁମ୍ବାଇ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧିର ପ୍ରକ୍ରିୟା ଜାରି ରହିଛି । ଏହି ମାସର 18 ତାରିଖରେ ସମାପ୍ତ ସପ୍ତାହରେ ଭଣ୍ଡାର 1.039 ଅରବ ଡଲାର ବଢି 440.751 ଅରବ ଡଲାର ପାଖାପାଖି ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବ ସପ୍ତାହାନ୍ତ ବିଦେଶୀ ମୁଦ୍ରା ଭଣ୍ଡାର 1.879 ଅରବ ଡଲାର ବଢି 439.712 ଅରବ ଡଲାର ସ୍ତରରେ ରହିଥିଲା । ରିଜର୍ଭ ବ୍ୟାଙ୍କ କହିଛି କି ଆଲୋଚ୍ୟ ସପ୍ତାହରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି 93.1 କୋଟି ଡଲାର ବଢି 408.881 ଅରବ ଡଲାର ହୋଇଛି । ବିଦେଶୀ ମୁଦ୍ରା ପରିସମ୍ପତ୍ତି ବିଦେଶୀ ମୁଦ୍ରା ଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ଅଂଶ ।

ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ସୁନା ଭଣ୍ଡାରର ମୂଲ୍ୟ 8.2 ମିଲିୟନ ଡ଼ଲାରରୁ 26.861 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details