ଓଡିଶା

odisha

ETV Bharat / business

କୋରୋନା କାଳରେ ଭାରତୀୟ ଷ୍ଟାର୍ଟଅପରେ ବଢିଛି ନିବେଶ - Indian startups attract funding

2020ରେ ଭାରତୀୟ ଷ୍ଟାଟଅପରେ 10.14 ବିଲିଅନ ବିଦେଶି ପୁଞ୍ଜି ନିବେଶ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଅଧିକ ପଢନ୍ତୁ..

କୋରୋନା କାଳରେ  ଭାରତୀୟ ଷ୍ଟାର୍ଟଅପରେ ବଢିଛି ନିବେଶ
କୋରୋନା କାଳରେ ଭାରତୀୟ ଷ୍ଟାର୍ଟଅପରେ ବଢିଛି ନିବେଶ

By

Published : Jan 26, 2021, 10:50 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ସମୟରେ ଯେତେବେଳେ ବିଶ୍ବ ଅର୍ଥନୀତିର ଅଣ୍ଟା ଭାଙ୍ଗିଯଇଥିବା ବେଳେ ଭାରତ ପାଇଁ ଆସିଛି ଖୁସି ଖବର । 2020ରେ ଭାରତୀୟ ଷ୍ଟାଟଅପରେ 10.14 ବିଲିଅନ ବିଦେଶି ପୁଞ୍ଜି ନିବେଶ ହୋଇଥିବା ରିପୋର୍ଟରୁ ଜଣାପଡିଛି । କୋରୋନା ସଙ୍କଟ ସତ୍ତ୍ବେ 1200ଟି ଚୁକ୍ତି ଅନ୍ତର୍ଗତ ଏହି ପୁଞ୍ଜି ନିବେଶ ହୋଇଥିବା ଜଣାପଡିଛି ।

2019 ତୁଳନାରେ 2020ରେ କମ ପୁଞ୍ଜିନିବେଶ ହୋଇଥିଥିଲେ ମଧ୍ୟ ଚୁକ୍ତି 20 ପ୍ରତିଶତ ଅଧିକ ହୋଇଥିବା ଏହି ରିପୋର୍ଟରରେ ଦର୍ଶାଯାଇଛି ।

ସମସ୍ତ ପ୍ରତିକୂଳ ପରିସ୍ଥିତିରେ 2019ରେ 420ଟି ଡିଲ୍‌ରେ 353 ମିଲିୟନ ଡ଼ଲାରର କାରବାର ହୋଇଥିଲା । ତେବେ 2020ରେ ଏହା 50 ପ୍ରତିଶତ ବୃଦ୍ଧି ପାଇ 672 ଡିଲ୍‌ରେ 372 ମିଲିୟନ ଡ଼ଲାରରେ ପହଞ୍ଚିଛି । ତେବେ ଷ୍ଟାଟଅପ ପ୍ରତି ଲୋକଙ୍କ ଆଗ୍ରହକୁ ଏହା ଦର୍ଶାଉଛି । ପୂର୍ବରୁ ନିବେଶକମାନେ ବର୍ତ୍ତମାନ ରିସ୍କ ନେଉଥିବା ଲୋକଙ୍କୁ ଶୀଘ୍ର ମୁହଁ ଫେରାଇନେଉଥିଲେ ।

ନିବେଶକଙ୍କ ଆତ୍ମବିଶ୍ୱାସ ଏବଂ ଉଦ୍ୟୋଗୀ ବୃଦ୍ଧି ପାଇଁ ଇନଭେଷ୍ଟ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ,ଏବଂ ଭାରତ ସରକାରଙ୍କ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା କାର୍ଯ୍ୟର ଏହା ପରିଣାମ ବୋଲି ଏଥିରେ କୁହାଯାଇଛି ।

ABOUT THE AUTHOR

...view details