ଓଡିଶା

odisha

By

Published : Apr 11, 2020, 11:55 PM IST

ETV Bharat / business

କୋଭିଡ-19 ସ୍ବାସ୍ଥ୍ୟ ବୀମାରେ ମିଳିବ ଏସବୁ ସୁବିଧା, ଜାଣନ୍ତୁ...

କୋଭିଡ-19 ପାଇଁ ସ୍ବାସ୍ଥ୍ୟ ବୀମା ଆଣିଛନ୍ତି ଆଇସିଆଇସିଆଇ ଲମ୍ବୋର୍ଡ, ଗୋ ଡିଜିଟ ଜେନେରାଲ ଇନସ୍ୟୁରାନ୍ସ ଏବଂ ପ୍ଲିପକାର୍ଟ । ଉକ୍ତ କମ୍ପାନୀ 2ଟି ପଲିସି ଆଣିଛନ୍ତି । ଅଧିକ ପଢନ୍ତୁ...

kovid 19 health insurance
କୋଭିଡ-19 ସ୍ବାସ୍ଥ୍ୟ ବୀମା , ମିଳିବ ଏସବୁ ସୁବିଧା

ନୂଆଦିଲ୍ଲୀ: ଆଇସିଆଇସିଆଇ ଲମ୍ବୋର୍ଡ, ଗୋ ଡିଜିଟ ଜେନେରାଲ ଇନସ୍ୟୁରାନ୍ସ ଏବଂ ପ୍ଲିପକାର୍ଟ ମିଶି କୋଭିଡ-19 ପାଇଁ ସ୍ବାସ୍ଥ୍ୟ ବୀମା ଆଣିଛନ୍ତି । ଏହି ପଲିସି ଅଧିନରେ ଚିକିତ୍ସା ଖର୍ଚ୍ଚ, ରୁମ କିମ୍ବା ଇଣ୍ଟେନ୍ସିଭ କେୟାର ୟୁନିଟ୍ (ଆଇସିୟୁ) ଭଡା, ଆମ୍ବୁଲାନ୍ସ ସହାୟତା ଆଦି ଜରୁରୀ ସେବା ଅନ୍ତର୍ଭୁକ୍ତ ।

ଏକ ସଂଯୁକ୍ତ ବୟାନରେ ଏହି କମ୍ପାନୀମାନେ କହିଛନ୍ତି ଯେ, ପଲିସି କ୍ରୟ ପାଇଁ ଚିକିତ୍ସା ପରୀକ୍ଷଣର ଆବଶ୍ୟକତା ନାହିଁ । ଏହା ସହ ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ ରହିବ । ଏହି କ୍ରମରେ 2ଟି ପଲିସି ଅଣାଯାଇଛି ।

ପ୍ରଥମ ପଲିସିର ବାର୍ଷିକ ପ୍ରିମିୟମ ରାଶି 159 ଟଙ୍କା ରହିଛି । ଏହି ନିୟମ ଅନୁଯାୟୀ ଗ୍ରାହକଙ୍କ କୋଭିଡ-19 ଯାଞ୍ଚ ରିପୋର୍ଟ ପଜିଟିଭ ଆସିବା ପରେ 25 ହଜାର ଟଙ୍କା ପୈଠ କରାଯିବ । ଏହି ପଲିସି ଅଧିନରେ ଆମ୍ବୁଲାନ୍ସ ସେବା ସହିତ କିଛି ଅନ୍ୟ ସହାୟତା ମଧ୍ୟ ଦିଆଯିବ ।

ଦ୍ବିତୀୟ ପଲିସିର ବାର୍ଷିକ ପ୍ରିମିୟମ ରାଶି 511 ଟଙ୍କା ରହିଛି । ଏହା ଅଧିନରେ 1 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦିଆଯିବ ।

ABOUT THE AUTHOR

...view details