ହାଇଦ୍ରାବାଦ: ଆଜିକାଲି ପ୍ରତିଟି ବାପାମାଆ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଖୁବ୍ ଚିନ୍ତିତ । ମହଙ୍ଗା ଯୁଗରେ ପିଲାଙ୍କୁ ଉନ୍ନତ ଜୀବନଶୈଳୀ ସହ ଉତ୍ତମ ସ୍ବାସ୍ଥ୍ୟ ଏବଂ ଶିକ୍ଷା ଯୋଗାଇବା ପାଇଁ ସମସ୍ତେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ରୋଜଗାର ସାଙ୍ଗକୁ ଆର୍ଥିକ ନିରପତ୍ତାକୁ ମଧ୍ୟ ଗୁରୁତ୍ବ ଦେଉଛନ୍ତି । ହେଲେ ଦେଖାଯାଉଛି ଅଧିକାଂଶ ଲୋକେ ଉଚ୍ଚ ରୋଜଗାରକ୍ଷମ ହୋଇଥିଲେ ମଧ୍ୟ ସେମାନେ ଆର୍ଥିକ ଯୋଜନା ସମ୍ପର୍କରେ ବିଶେଷ ସଚେତନ ରହୁନାହାନ୍ତି । ଯାହା ପରବର୍ତ୍ତୀ ସମୟରେ ତାଙ୍କ ପିଲାଙ୍କୁ ଅସୁବିଧାରେ ପକାଇପାରେ । ତେଣୁ ନିଜର ସନ୍ତାନଙ୍କ ଉଜ୍ବଳ ଏବଂ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଟି ବାପାମାଆ ଆର୍ଥିକ ଯୋଜନା(financial planning) ସମ୍ପର୍କରେ ସବିଶେଷ ଧାରଣା ରଖିବା ନିତାନ୍ତ ଆବଶ୍ୟକ । ଯଦ୍ବାରା ଯଦି କେବେ କୌଣସି ଅପ୍ରତ୍ୟାଶିତ ଘଟଣା ଘଟୁଛି, ତେବେ ଆପଣଙ୍କ ପିଲାଙ୍କୁ ଯେପରି କୌଣସି ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ନ ପଡେ । ତେବେ ଜାଣିରଖନ୍ତୁ କ'ଣ ଏହି ଆର୍ଥିକ ଯୋଜନା ଏବଂ କିପରି ନିଜ ପିଲାଙ୍କୁ ଦେବେ ଏକ ସୁରକ୍ଷିତ ଭବିଷ୍ୟତ ।
ଉତ୍ତରାଧିକାରୀଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ ପାଇଁ ଦଲିଲ୍ ପ୍ରସ୍ତୁତ ରଖନ୍ତୁ:ପିଲାଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଉଜ୍ବଳ ଭବିଷ୍ୟତର ଚାବି । ହେଲେ ବିନା କୌଣସି ଆଇନଗତ ଜଟିଳତାରେ ଏହି ସମ୍ପତ୍ତି ଆପଣଙ୍କ ସନ୍ତାନଙ୍କ ନିକଟରେ ପହଞ୍ଚିବା ମଧ୍ୟ ଜରୁରୀ । ଏନେଇ ବିଶେଷଜ୍ଞଙ୍କ କହିବା କଥା, ପ୍ରତ୍ୟେକ ବ୍ୟକ୍ତି ନିଜ ଉତ୍ତରାଧିକାରୀଙ୍କୁ ସମ୍ପତ୍ତି ହସ୍ତାନ୍ତରଣର ଦଲିଲ୍ ପୂର୍ବରୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ । ଦଲିଲ୍ ଏପରି ଏକ ଆଇନଗତ ଦସ୍ତାବିଜ୍ ଅଟେ, ଯାହା ମୃତ୍ୟୁ ପରେ ଆପଣଙ୍କ ତମାମ୍ ଧନସମ୍ପତ୍ତି କିଏ ଭୋଗ କରିବା ତାହା ସୁନିଶ୍ଚିତ କରିଥାଏ । ଅଧିକାଂଶ ଲୋକେ ଦଲିଲରେ ନିଜ ପିଲା ଏବଂ ଜୀବନସାଥି ନାମ ଉଲ୍ଲେଖ କରିଥାନ୍ତି । କିଛି ଲୋକେ ନିଜର ଘନିଷ୍ଠ ସମ୍ପର୍କୀୟଙ୍କୁ ନିଜର ସ୍ଥାବର ଅସ୍ଥାବର ସମ୍ପତ୍ତିର ମାଲିକ ବନାଇବାକୁ ଦଲିଲ୍ ପ୍ରସ୍ତୁତ କରିଥାନ୍ତି । ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିବିଶେଷ ନିଜ ପିଲାଙ୍କୁ ହିଁ ଆର୍ଥିକ ଉପହାର ଭାବେ ନିଜର ସମ୍ପତ୍ତି ସମର୍ପି ଥାଆନ୍ତି ।
ପରିବାର ପାଇଁ ସ୍ବାସ୍ଥ୍ୟବୀମା ପଲିସି: ପରିବାରରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦିଗରେ ହେଉଥିବା ଖର୍ଚ୍ଚ ଲାଗି ପ୍ଲାନିଂ ଜରୁରୀ ଅଟେ । ତେଣୁ ପିଲା ଜନ୍ମ ହେବା ମାତ୍ରେ ଆପଣ family floater health insurance policy ନେବା ଉଚିତ୍ । ବର୍ତମାନ ସମୟରେ ମେଡିକାଲ ଖର୍ଚ୍ଚ ଖୁବ୍ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ବୀମା ବିନା ଏସବୁ ଖର୍ଚ୍ଚ ତୁଲାଇବା ଖୁବ୍ କଷ୍ଟକର ଅଟେ । ଯଦି ସ୍ବାସ୍ଥ୍ୟ ବୀମା ନାହିଁ, ତେବେ ଗୁରୁତର ରୋଗର ଚିକିତ୍ସାରେ ବ୍ୟାପକ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସ୍ବାସ୍ଥ୍ୟ ବୀମା ନିଶ୍ଚୟ ନିଅନ୍ତୁ । କହିରଖୁଛୁ କି, କମ୍ ବୟସରେ ହିଁ ସ୍ବାସ୍ଥ୍ୟ ବୀମା ନିଆଯାଇଥାଏ । ଏଥିପାଇଁ ମେଡିକାଲ ଯାଞ୍ଚର ଆବଶ୍ୟକତା ନଥାଏ ।