ଓଡିଶା

odisha

ETV Bharat / business

ଆର୍ଥିକ ସଙ୍କଟ: 3 ମାସରେ 29 ପ୍ରତିଶତ କମିଛି ଘର ବିକ୍ରି - ଆର୍ଥିକ ସଙ୍କଟ

କୋରୋନା ଭାଇରସ ସଙ୍କଟ ଯୋଗୁଁ ବିକ୍ରି ବନ୍ଦ । ଏଣୁ ଗତ 3 ମାସରେ ଗୃହ ବିକ୍ରି 29 ପ୍ରତିଶତ କମି 27,451 ୟୁନିଟ ରହିଛି। ଗତ ବର୍ଷ ସମାନ ତ୍ରୈୟମାସରେ ଏହା 38,628 ରହିଥିଲା ।

housing sales fall 29 percent in january-march jll
ଆର୍ଥିକ ସଙ୍କଟ: 3 ମାସରେ 29 ପ୍ରତିଶତ କମିଛି ଘର ବିକ୍ରି

By

Published : Apr 7, 2020, 7:56 PM IST

ନୂଆଦିଲ୍ଲୀ: ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଘର ବିକ୍ରି 29 ପ୍ରତିଶତ ହ୍ରାସ ପାଇଛି । ଏଥି ମଧ୍ୟରେ 7 ପ୍ରମୁଖ ସହରରେ ମାତ୍ର 27,451 ଘର ବିକ୍ରି ହୋଇଥିଲା ବେଳେ 3.65 ଲକ୍ଷ କୋଟି ଟଙ୍କାର ଘର ବିକ୍ରି ପାଇଁ ପ୍ରସ୍ତୁତ ରହିଛି ।

ସମ୍ପତ୍ତି ପରାମର୍ଶଦାତା କମ୍ପାନୀ JLL ଏହାର ରିପୋର୍ଟରେ କହିଛି ଯେ, କୋରୋନା ଭାଇରସ ସଙ୍କଟ ଯୋଗୁଁ କ୍ରେତା ନାହାନ୍ତି । ଏଣୁ ବିକ୍ରି ବନ୍ଦ ରହିଛି । ରିପୋର୍ଟ ଅନୁଯାୟୀ, ସମୀକ୍ଷା ଅବଧିରେ ଗୃହ ବିକ୍ରି 29 ପ୍ରତିଶତ କମି 27,451 ୟୁନିଟ ରହିଛି। ଗତ ବର୍ଷ ସମାନ ତ୍ରୈୟମାସରେ ଏହା 38,628 ରହିଥିଲା ।

JLL ର ଏହି ତ୍ରୈୟମାସିକ ରିପୋର୍ଟଟି ଦିଲ୍ଲୀ-ଏନସିଆର, ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା ଏବଂ ହାଇଦ୍ରାବାଦ ସହରରୁ ସଂଗୃହିତ ତଥ୍ୟ ଉପରେ ଆଧାରିତ । ସମସ୍ତ ସାତୋଟି ସହରରେ ବିକ୍ରି ହ୍ରାସ ପାଇଥିବା ରେକର୍ଡ ରହିଛି।JLL ଇଣ୍ଡିଆର ସିଇଓ ରମେଶ ନାୟାର କହିଛନ୍ତି ଯେ, କୋରୋନା ଭାଇରସ ମହାମାରୀ ମଧ୍ୟରେ ଅର୍ଥବ୍ୟବସ୍ଥା ରୁଗ୍ଣ ହେବା ଅନୁମାନ ରହିଛି । ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର 5 ପ୍ରତିଶତକୁ ଖସିବା ଆଶଙ୍କା କରାଯାଉଛି ।

ତେବେ ବିଶ୍ବ ଆର୍ଥିକ ସଙ୍କଟ ତୁଳନାରେ ହାଉସିଂ ରିୟଲ ଇଷ୍ଟେଟ ବଜାର ବର୍ତ୍ତମାନର ଲାଭ ସ୍ଥିତିରେ ଥିବା ପରି ମନେ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ସରକାରଙ୍କ ଗତ 5ରୁ 6ବର୍ଷ ମଧ୍ୟରେ କରାଯାଇଥିବା କିଛି ଭିତ୍ତିଭୂମି ସଂସ୍ଥାର ବା ସୁଧାର ।

ABOUT THE AUTHOR

...view details