ଓଡିଶା

odisha

ETV Bharat / business

ଗୋଏୟାରର 6 ଅଧିକାରୀ ଛାଡିଲେ କମ୍ପାନୀ - GoAir

ନିକଟ ସପ୍ତାହରେ ଗୋଏୟାରର ଅଧା ଡର୍ଜନ ଅଧିକାରୀ କମ୍ପାନୀ ଛାଡିଛନ୍ତି । କୋରୋନା ଭାଇରସ ମହାମାରୀ ଯୋଗୁଁ ବିମାନ ଶିଳ୍ପ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଅନେକ ବିମାନ ସେବା ବ୍ୟୟ ଅଟକଳ ଦୃଷ୍ଟିରୁ ଲୋକଙ୍କୁ ଛଟେଇ ମଧ୍ୟ କରୁଛନ୍ତି । ଅଧିକ ପଢନ୍ତୁ..

Half-a-dozen executives quit GoAir in recent weeks
Half-a-dozen executives quit GoAir in recent weeks

By

Published : Aug 20, 2020, 7:38 PM IST

ମୁମ୍ବାଇ: ସୁଲଭ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଗୋଏୟାର ର ପାଖାପାଖି 6 ବରିଷ୍ଠ ଅଧିକାରୀ କେଇ ସପ୍ତାହ ମଧ୍ୟରେ କାମ ଛାଡିଛନ୍ତି । 2ଟି ସୂତ୍ରରୁ ଏ ନେଇ ସୂଚନା ମିଳିଛି ।

କୋରୋନା ସଙ୍କଟରେ ପରଚାଳନା ବାଧାପ୍ରାପ୍ତ ହେଉଥିାରୁ କମ୍ପାନୀ କର୍ମଚାରୀଙ୍କୁ ଦରମା ଦେଇପାରୁନାହିଁ । ଏପଟେ ବହୁତ ସଂଖ୍ୟକ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଇଦେଇଛନ୍ତି । ଆଉ ଏଭଳି ଘଡିସନ୍ଧି ସମୟରେ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀମାନେ କାମ ଛାଡି ଯାଉଛନ୍ତି ।

ମିଳିଥିବା ତଥ୍ୟ ଅୁସାରେ ଗୋଏୟାରରେ ପାଖାପାଖୀ 6,700 କର୍ମଚାରୀ ଅଛନ୍ତି । ଆଉ ସେଥିରୁ ପାଖାପାଖୀ 4,000ରୁ 4500 ବିନା ଦରମାରେ ଛୁଟିରେ ଯାଇଛନ୍ତି ।

ବରିଷ୍ଠ ଅଧିକାରୀଙ୍କ ଛାଡିବା ବିଷୟରେ ମନ୍ତବ୍ୟ ପାଇଁ ଯୋଗାଯୋଗ କରାଯିବାବେଳେ ଗୋଏୟାର ମୁଖପାତ୍ର ଇସ୍ତଫାକୁ ନିଶ୍ଚିତ କରିନାହାନ୍ତି କି ଅସ୍ୱୀକାର କରିନାହାନ୍ତି ।

ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ କମ୍ପାନୀ ବର୍ତ୍ତମାନର ବଜାର ସ୍ଥିତିର ନିରନ୍ତର ମୂଲ୍ୟାଙ୍କନ କରୁଛି ଏବଂ ବର୍ତ୍ତମାନର ବିମାନ ପରିଚାଳନା ସହିତ ଖର୍ଚ୍ଚକୁ ବ୍ୟବସ୍ଥିତ କରିବ। ଏହି ଯୋଜନା ଅନୁଯାୟୀ, ଲୋକଙ୍କୁ ଛୁଟିରେ ପଠାଯାଇଛି । ଯାହା ଦ୍ବାରା ବର୍ତ୍ତମାନର କାର୍ଯ୍ୟ ସ୍ତର ଅନୁଯାୟୀ କର୍ମଚାରୀଙ୍କ ସଂଖ୍ୟା ବ୍ୟବସ୍ଥା କରି ନଗଦ ବ୍ୟୟକୁ ହ୍ରାସ କରାଯାଇପାରିବ।

କୋରୋନା ଭାଇରସ ମହାମାରୀ ଯୋଗୁଁ ବିମାନ ଶିଳ୍ପ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଅନେକ ବିମାନ ସେବା ବ୍ୟୟ ଅଟକଳ ଦୃଷ୍ଟିରୁ ଲୋକଙ୍କୁ କାମରୁ ଛଟେଇ କରୁଛନ୍ତି ।

କୋରୋନା ଭାଇରସ ବିସ୍ତାର ରୋକିବା ପାଇଁ ବିମାନ ସେବା ସ୍ଥଗିତ ରଖିବା ଦ୍ୱାରା ଗୋଏୟାର ମଧ୍ୟ ଖରାପ ପ୍ରଭାବିତ ହୋଇଛି। କମ୍ପାନୀ ମାର୍ଚ୍ଚରେ ଅଧିକାଂଶ କର୍ମଚାରୀଙ୍କ ଦରମା ହ୍ରାସ ଘୋଷଣା କରିଥିଲା । ଏହା ବ୍ୟତିତ ଏପ୍ରିଲରେ 60ରୁ 70 ପ୍ରତିଶତ କର୍ମଚାରୀଙ୍କ ପାଇଁ ବିନା ଦରମାରେ ଛୁଟି ଯୋଜନା ଆଣିଥିଲା ।

ABOUT THE AUTHOR

...view details