ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ଆର୍ଥିକ ପ୍ୟାକେଜର ପଞ୍ଚମ ଡୋଜରେ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ ପାଇଁ ସ୍ବତନ୍ତ୍ର ନୀତି ଆଣିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ଲିଷ୍ଟ ପ୍ରସ୍ତୁତ ହେବ । ଏଥିସହ ଅଣ ରଣନୀତିକ PSUର ଘରୋଇକରଣ କରିବେ ସରକାର ।
ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ପବ୍ଲିକ ସେକ୍ଟର ନୀତି ଘୋଷଣା କରିବେ । ଏଥିରେ ନିର୍ଦ୍ଧାରଣ ହେବ କି କେଉଁ ସବୁ ରଣନୈନିକ ସେକ୍ଟର କେଉଁ ପବ୍ଲିକ ସେକ୍ଟର ରହିବ ।