ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ! ବିମାନ ଭଡା ଉପରେ ଲାଗୁ ସର୍ବାଧିକ ଏବଂ ସର୍ବନିମ୍ନ ସୀମାକୁ ନଭେମ୍ବର 24ରୁ ଆଗକୁ ବୃଦ୍ଧି କରାଯାଇପାରେ । ତେବେ ଆଗାମୀ ପରିସ୍ଥିତିକୁ ନଜରରେ ରଖି ନିର୍ଣ୍ଣୟ ନିଆଯିବ । ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ ଅଧିକାରୀ ବୁଧବାର ଏ ନେଇ ସୂଚନା ଦେଇଛନ୍ତି ।
କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଉଡାଣ ଅବଧି ଆଧାରରେ ଏୟାରଫେୟାର ଉପରେ ସର୍ବନିମ୍ନ ଓ ସର୍ବାଧିକ ସୀମା ଲାଗୁ ରଖିଛନ୍ତି । କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ସରକାର ପ୍ରାୟ 2 ମାସ ପର୍ଯ୍ୟନ୍ତ ବିମାନ ସେବାକୁ ବନ୍ଦ କରିଦେଇଥିଲେ । ଘରୋଇ ଯାତ୍ରୀ ଉଡାଣକୁ ମେ 25ରୁ ଆରମ୍ଭ କରାଯାଇଥିଲା । ଏଥିସହ ଉଡାଣ ଅବଧି ଆଧାରରେ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ କରାଯାଇଥିଲା ।