ଓଡିଶା

odisha

ETV Bharat / business

ଶୀଘ୍ର ଚୀନ ଆପ ବ୍ଲକ ପାଇଁ ଇଣ୍ଟରନେଟ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ସରକାର - immediately block Chinese apps

ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ସରକାର ବ୍ୟାନ କରିଥିବା 59 ଚୀନ ଆପକୁ ଶୀଘ୍ର ବ୍ଲକ ପାଇଁ ଇଣ୍ଟରେନଟ କମ୍ପାନୀଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ..

ଶୀଘ୍ର ଚୀନ ଆପ ବ୍ଲକ ପାଇଁ ଇଣ୍ଟରନେଟ କମ୍ପାନୀଙ୍କୁ  ନିର୍ଦ୍ଦେଶ ଦେଲେ ସରକାର
ଶୀଘ୍ର ଚୀନ ଆପ ବ୍ଲକ ପାଇଁ ଇଣ୍ଟରନେଟ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଲେ ସରକାର

By

Published : Jul 1, 2020, 4:20 PM IST

ନୂଆଦିଲ୍ଲୀ: ବ୍ୟାନ ହୋଇଥିବା ସମସ୍ତ 59 ଚୀନ ଆପକୁ ତୁରନ୍ତ ବ୍ଲକ କରିବା ପାଇଁ ସମସ୍ତ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଜରୁରୀକାଳୀନ ବ୍ୟବସ୍ଥା ଅନୁଯାୟୀ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଦୂରସଞ୍ଚାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି କି, ଏହି ଆଦେଶର 2ଟି ସୂଚୀ ରହିଛି । ପ୍ରଥମ ସୂଚୀରେ 35 ଆପ ନାଁ ରହିଥିଲା ବେଳେ ଦ୍ବିତୀୟରେ 24 ଆପ ନାଁ ରହିଛି । ସେ କହିଛନ୍ତି କି, ପୂର୍ବରୁ ହୋଇଥିବା ଘୋଷଣା ଅନୁସାରେ ସମସ୍ତ 59 ଚୀ ଆପ ଉପରେ ରୋକ ଲଗାଇବା ପାଇଁ ଏବେ ନିର୍ଦ୍ଦେଶ ଜାରି ହୋଇଛି ।

ଇଣ୍ଟରନେଟ୍ କମ୍ପାନୀଗୁଡିକୁ ଦୂରସଞ୍ଚାର ବିଭାଗର ଏକ ଆଦେଶରେ କୁହାଯାଇଥି କି, 24 ଆପ ଉପରେ ରୋକ ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ 2000 ର ଜରୁରୀକାଳୀନ ବ୍ୟବସ୍ଥା 69A ଅଧୀନରେ ତୁରନ୍ତ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି କରିଛି । ଏହା ବ୍ୟତିତ 35 ଆପକୁ ବନ୍ଦ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details