ନୂଆଦିଲ୍ଲୀ: ରେକର୍ଡ ସ୍ତରରେ ସୁନା ଦାମ । 10 ଗ୍ରାମ ସୁନା ଦାମ 50 ହଜାର ଟପିଲାଣି । ଏପରି ସ୍ଥିତିକୁ ନଜରରେ ରଖି ଭାରତରେ ଗୋଲ୍ଡ ଲୋନ ଟ୍ରେଣ୍ଡ ପୁଣି କମବ୍ୟାକ କରିଛି । କୋଭିଡ-19 ମହାମାରୀର ଏହି ସମୟରେ ସୀମିତ ଆୟ ଓ ସଂଘର୍ଷମୟ ବ୍ୟବସାୟ ଯୋଗୁଁ ସୁନା ପ୍ରେମୀ ନିଜ ସଞ୍ଚିତ ମୁଲ୍ୟବାନ ଧାତୁର ସଠିକ ଦିଗରେ ବ୍ୟବହାର କରୁଛନ୍ତି ।
ଏମସିଏକ୍ସ ସୁନା ଜୁଲାଇ ଆରମ୍ଭରେ ରେକର୍ଡର ସର୍ବୋଚ୍ଚ ସ୍ତରରେ ଥିଲା । ଯାହା 10ଗ୍ରାମ ପିଛା 50,000 ହଜାର ଥିଲା । ଯାହାର ଗୋଟିଏ ଦିନ ପରେ ପ୍ରମୁଖ ଗୋଲ୍ଡ ବନ୍ଧକ ଫାର୍ମ ମୁଥୁଟ୍ ଫାଇନାନ୍ସର ପରିଚାଳନା ନିର୍ଦ୍ଦେଶକ ଜର୍ଜ ଆଲେକ୍ସଜାଣ୍ଡାର୍ ମୁଥୁଟ୍ କହିଛନ୍ତି ଯେ ମହାମାରୀ ମଧ୍ୟରେ କମ୍ପାନୀର ସୁନା ଲୋନ କାରବାର ସ୍ବାଭାବିକ ହୋଇଛି । ଛୋଟ ବ୍ୟବସାୟ ଏବଂ ଦୋକାନ ଦ୍ବାରା କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତାକୁ ସମର୍ଥନ କରାଯାଇଥିଲା ।
ସାଧାରଣତ ଯେବେ ମଧ୍ୟ ଲୋକଙ୍କୁ ଏକ ସ୍ବଳ୍ପ ଅବଧିରେ ଟଙ୍କାର ଆବଶ୍ୟକତା ହୋଇଥାଏ, ଯେଉଁଭଳି 10,000 ଟଙ୍କାରୁ ନେଇ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ସେତେବେଳେ ସେମାନେ ଗୋଲ୍ଡ ଲୋନ କିମ୍ବା ବ୍ୟକ୍ତିଗତ ଲୋନ କରିବା ପସନ୍ଦ କରିଥାନ୍ତି । ଉଭୟର କିଛି ନିଶ୍ଚିତ ଫାଇଦା ଓ କ୍ଷତି ରହିଛି । ଏଣୁ ଯାହାକୁ ବି କିଛି ବିଶେଷ ଆବଶ୍ୟକତା ଓ ବ୍ୟବହାର ଆଧାରରେ ଚୟନ କରିବା ଆବଶ୍ୟକ । କିନ୍ତୁ ଗୋଲ୍ଜ ଲୋନର କିଛି ବିଶେଷତା ବ୍ୟକ୍ତିଗତ ଋଣ ତୁଳନାରେ ଋଣଗ୍ରହୀତାଙ୍କ ପାଇଁ ଟିକେ ଅଧିକ ଆକର୍ଷଣୀୟ ଲାଗିଥାଏ ।
ଗୋଲ୍ଡ ଲୋନ କଣ ?
ଗୋଲ୍ଡ ଲୋନ ହେଉଛି ଏକ ସୁରକ୍ଷିତ ଋଣ । ଯେଉଁଥିରେ ଜଣେ ଗ୍ରାହକ ତାଙ୍କ ସୁନା ଅଳଙ୍କାରକୁ ବ୍ୟାଙ୍କ କିମ୍ବା ସୁନା ଫାଇନାନ୍ସ କମ୍ପାନୀରେ ବନ୍ଧକ ରଖି ପ୍ରତିଶୃତି ଦିଅନ୍ତି । ଆଉ କମ୍ପାନୀ ସୁନା ଶୁଦ୍ଧତା ଏବଂ ବଜାର ମୂଲ୍ୟ ଅନୁଯାୟୀ ଋଣ ରାଶି ପ୍ରଦାନ କରେ । ଋଣ ରାଶି ପରିମାଣ ସାଧାରଣତଃ ମୂଲ୍ୟାଙ୍କିତ ସୁନା ମୂଲ୍ୟର 60-75 ପ୍ରତିଶତ ଅଟେ । ତେଣୁ, ସୁନା ମୂଲ୍ୟରେ ଜାରି ରହିଥିବା ବୃଦ୍ଧି ଯୋଗୁଁ ବ୍ୟକ୍ତିମାନେ ପୂର୍ବରୁ ସଞ୍ଚିତ ସୁନା ପାଇଁ ଅଧିକ ଅର୍ଥ ସଂଗ୍ରହ କରିବାକୁ ସକ୍ଷମ ହେଉଛନ୍ତି ।
ଅଗ୍ରଣୀ ବ୍ୟାଙ୍କଗୁଡିକ ଏକ ବର୍ଷ ଅବଧିର ସୁନା ଋଣ ଉପରେ ଋଣ ରାଶି ଆଧାରରେ 7.5 ପ୍ରତିଶତରୁ 25 ପ୍ରତିଶତ ମଧ୍ୟରେ ସୁଧ ହାର ଧାର୍ଯ୍ୟ କରନ୍ତି । ପ୍ରତ୍ୟାହାର ବିକଳ୍ପଗୁଡ଼ିକ ଅତ୍ୟନ୍ତ ନମନୀୟ - ଯେଉଁଥିରେ EMI (ସମାନ ମାସିକ କିସ୍ତି) କିମ୍ବା ଏକା ଥରରେ ପରିଶୋଧ ମାଧ୍ୟମ ଲୋକମାନଙ୍କ ମଧ୍ୟରେ ଲୋକପ୍ରିୟ ରହିଛି ।
ଏହା ବ୍ୟାଙ୍କ ପାଇଁ ଏକ ସୁରକ୍ଷିତ ଋଣ । ଯାହାର ଅର୍ଥ ହେଉଛି ଯେ ଋଣଗ୍ରହୀତା ପରିଶୋଧ କରିବାରେ ବିଫଳ ହେଲେ ଟଙ୍କା ଆଦାୟ ପାଇଁ ଅନ୍ତର୍ନିହିତ ସମ୍ପତ୍ତିକୁ ଅଧିଗ୍ରହଣ କରିପାରେ, ବିତରଣ ପ୍ରକ୍ରିୟା ଶୀଘ୍ର ଏବଂ ସହଜ ଅଟେ । ଫାଇନାନ୍ସ ଫାର୍ମଗୁଡିକ ଋଣଗ୍ରହୀତାଙ୍କର କ୍ରେଡିଟ୍ ଇତିହାସ ମାଗନ୍ତି ନାହିଁ ଏବଂ ନମନୀୟ ପରିଶୋଧ ବିକଳ୍ପ ଅଛି ।
ପର୍ସନାଲ ଋଣ କଣ ?