ଓଡିଶା

odisha

ETV Bharat / business

2 ଲକ୍ଷ ଡେଲିଭରି ପାର୍ଟନରଙ୍କୁ ମାଗଣା ଟିକା ଦେବ ସ୍ବିଗି - ସ୍ବିଗି ଡେଲିଭରି ପାର୍ଟନର

ମହାମାରୀ ବିରୋଧରେ କାର୍ଯ୍ୟରତ ଡେଲିଭରୀ ପାର୍ଟନରଙ୍କ ପାଇଁ ସ୍ବିଗିର ବଡ ଘୋଷଣା । ଡେଲିଭରୀ ପାର୍ଟନରଙ୍କୁ ମାଗଣାରେ କୋଭିଡ ଟିକା ଯୋଗାଇବାକୁ ନିଷ୍ପତ୍ତି ନେଇଛି ସ୍ବିଗି । ଅଧିକ ପଢନ୍ତୁ..

Free Covid vaccine for Swiggy delivery partners
Free Covid vaccine for Swiggy delivery partners

By

Published : Mar 24, 2021, 10:43 PM IST

ନୂଆଦିଲ୍ଲୀ: ମହାମାରୀ ବିରୋଧରେ କାର୍ଯ୍ୟରତ ଡେଲିଭରୀ ପାର୍ଟନରଙ୍କ ପାଇଁ ସ୍ବିଗିର ବଡ ଘୋଷଣା । ଡେଲିଭରୀ ପାର୍ଟନରଙ୍କୁ ମାଗଣାରେ କୋଭିଡ ଟିକା ଯୋଗାଇବାକୁ ନିଷ୍ପତ୍ତି ନେଇଛି ସ୍ବିଗି । ଦେଶର 500 ସହରରେ ସ୍ବିଗିର ପାଖାପାଖି 2 ଲକ୍ଷ ଡେଲିଭରୀ ପାର୍ଟନର ଅଛନ୍ତି ।

2021 ଏପ୍ରିଲ 1 ରୁ ଆରମ୍ଭ ହେବାକୁ ଥିବା ଦେଶବ୍ୟାପୀ ଟୀକାକରଣର ପରବର୍ତ୍ତୀ ପର୍ଯ୍ୟାୟରେ 45 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାରଙ୍କ ଘୋଷଣା କରିଛନ୍ତି । ଆଉ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସ୍ବିଗିର 5,500 ଡେଲିଭରି ପାର୍ଟନର ( ଯେଉଁମାନେ 45 ବର୍ଷରୁ ଉର୍ଦ୍ଧ୍ବ) ଙ୍କୁ ଟୀକା ଦିଆଦିବ । ଆଉ ଏହି ପୋଗ୍ରାମର ଶେଷରେ ସ୍ବିଗି 2,00,000ରୁ ଅଧିକ ଡେଲିଭରି ପାର୍ଟନଙ୍କୁ ଟୀକା ନେବାକୁ ଉତ୍ସାହିତ କରିବ । ଯେପରି ସେମାନେ ଆଗକୁ ଜରୁରୀ ସେବା ଯୋଗାଇବା ଜାରି ରଖିପାରିବେ ।

ଏଥିସହ ସ୍ବିଗି କର୍ତ୍ତୁପକ୍ଷରୁ ଅନୁରୋଧ କରିବ କି, ଯେପରି ଭ୍ୟାକ୍ସିନ ଡ୍ରାଇଭରେ ଡେଲିଭରି ପାର୍ଟନରଙ୍କୁ ପ୍ରାଥମିକତା ଦିଆଯିବ ।

ABOUT THE AUTHOR

...view details