ମୁମ୍ବାଇ: ରେକର୍ଡ ସ୍ତରରେ ପହଞ୍ଚିବା ପରେ ଖସିଲା ବିଦେଶୀ ମୁଦ୍ରା ଭଣ୍ଡାର । 2021 ଜୁନ 18ରେ ସମାପ୍ତ ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 4.14 ଅରବ ଡଲାର କମି 603.93 ଅରବ ଡଲାର ସ୍ତରକୁ ହ୍ରାସ ହୋଇଛି ।
ଏହା ପୂର୍ବରୁ 2021 ଜୁନ 11 ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 3.074 ଅରବ ଡଲାର ବଢି 608.081 ଅରବ ଡଲାରର ରେକର୍ଡ ସ୍ତରରେ ପହଞ୍ଚିଥିଲା ।
ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଯୋଗୁଁ ବିଦେଶୀ ମୁଦ୍ରା ପରିସମ୍ପତ୍ତି (FCA)ରେ ହ୍ରାସ ଦେଖାଦେଇଛି । ଏହା ମୋଟ ମୁ୍ଦ୍ରା ଭଣ୍ଡାରର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଥାଏ ।
ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ପରିସମ୍ପତ୍ତି ଆଲୋଚ୍ୟ ସପ୍ତାହ ସମୟରେ 1.918 ଅରବ ଡଲାର କମି 561.540 ଅରବ ଡଲାରରେ ପହଞ୍ଚିଛି ।